ବ୍ରହ୍ମପୁରରେ ଦୁଇ ଲୁଟେରା ଗିରଫ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ବ୍ରହ୍ମପୁର ସହରର ବଡବଜାର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍ ଲୁଟି ନେବା ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡବଜାର ଥାନା ହରିଡାଖଣ୍ଡି ଉତ୍ତରମୁଖୀ ସାହିର ୨୮ ବର୍ଷୀୟ ଶିବ ପଟ୍ଟନାୟକ ଏବଂ ମାର୍ଥା ସାହିର ୨୩ ବର୍ଷୀୟ ନରସିଂହ ବାଡତ୍ୟା । ସୂଚନାନୁଯାୟୀ, ଗତ ୨୬ ତାରିଖରେ ବଡବଜାର ଥାନା ରଘୁପତି ନଗର ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ଘରେ ପଶି ମାଡ ମାରିବା ସହ ସୁନା ଅଳଙ୍କାର ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ବ୍ରହ୍ମପୁରରେ ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟିନେଇଥିବା ଦୁଇ ଗିରଫ ଅଭିଯୁକ୍ତଙ୍କ ଠାରୁ ଲୁଟ୍‌ ହୋଇଥିବା ସୁନାଚେନ୍‌, ଗୋଟିଏ ଖଣ୍ଡା ଓ ମୋଟର ସାଇକେଲ ଜବତ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଚୋରି, ଡକାୟତି ଭଳି ମାମଲା ରହିଛି । ଶିବ ପଟ୍ଟନାୟକ ନାମରେ ପୂର୍ବରୁ ୧୨ ଟି ମାମଲା ରୁଜୁ ହୋଇଥିବାବେଳେ ନରସିଂହ ନାମରେ ମଧ୍ୟ ମାମଲା ରହିଛି । ଗିରଫ ଦୁଇ ଯୁବକଙ୍କ କୋଭିଡ ପରୀକ୍ଷା ପରେ କୋର୍ଟଚାଲଣ କରାଯିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ