ସହାୟ ଆପ ଜରିଆରେ ଅସହାୟ ରୋଗୀଙ୍କୁ ସାହାଯ୍ୟ
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ଶନିବାର ଦିନ ଗଞ୍ଜାମ ଜିଲ୍ଲାରେ କରୋନା ସମୟରେ ସାଧାରଣ ଲୋକଙ୍କ ପାଖରେ ସଠିକ୍ ଭାବେ ସ୍ୱାସ୍ଥ୍ୟ ସେବା ପହଞ୍ଚି ନଥିବାରୁ ଗଞ୍ଜାମ ଜିଲ୍ଲା ବି.ଜେ.ପି ସଭାପତି ଶ୍ରୀ ବିଭୁତି ଭୁଷଣ ଜେନା ଓ ବରିଷ୍ଠ ନେତା କାହ୍ନୁ ଚରଣ ପତି ଙ୍କ ଦ୍ୱାରା ପରିଚାଳିତ ସହାୟ ଆପ ଜରିଆରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବରପଲ୍ଲୀ ଏବଂ ମାର୍କଣ୍ଡି ଗ୍ରାମ ରେ ଅସହାୟ ରୋଗୀ ମାନଙ୍କୁ ନିଃଶୁଲ୍କ ଡାକ୍ତରୀ ପରାମର୍ଶ ସହ ଔଷଧ ବିତରଣ କରାଯାଇଥିଲା । ଡାକ୍ତର ସୁବାଷ ଚନ୍ଦ୍ର ସାହୁ ଙ୍କ ତତ୍ୱାବଧାନ ରେ ଫାର୍ମାସିଷ୍ଟ ରାଜୀବ କୁମାର ମିଶ୍ର ରୋଗୀ ମାନଙ୍କୁ ସରକାରୀ ସ୍ୱୀକୃତି ପ୍ରାପ୍ତ ଔଷଧ ଯଥା ପାରାସିଟାମଲ୍ , ଲିଭୋସେଟ୍ରଜିନ୍ , ଭିଟାମିନ୍ ବି କମ୍ପେ୍ଲକ୍ସ ,ଭିଟାମିନ୍ ସି , ଭଳି ଅନ୍ୟାନ୍ୟ ଔଷଧ ଯୋଗାଇଥିଲେ । ଏହାକୁ ସାଧାରଣ ଗ୍ରାମବାସୀ ଅତି ଉଚ୍ଚ ପ୍ରଶଂସା କରିବା ସହ ଏହାକୁ ବ୍ୟାପକ ଭାବେ କରିବା ନିମନ୍ତେ ଅନୁରୋଧ କରଥିଲେ ।ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ଶ୍ରୀ ଜେନା ସହାୟ ଆପ କିମ୍ବା ଟୋଲ୍ ଫ୍ରୀ ନମ୍ବର(୧୮୦୦-୧୦୨୨-୧୩୫) ରେ ନିଃଶୁଲ୍କ ସେବା ଯୋଗାଇ ଦେବା ସହ ଜନ ସେବା କାର୍ଯ୍ୟ ରେ ଭାରତୀୟ ଜନତା ପାର୍ଟୀ ସଦାସର୍ବଦା ଆଗରେ ରହିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ଶିବ ପ୍ରସାଦ ପାତ୍ର ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେ. ଲକ୍ଷ୍ମଣ ପାତ୍ର , ଯୁଧୀଷ୍ଠିର ନାୟକ ଜଗମୋହନ ପାତ୍ର , ବି.ରୁଦ୍ରେୟା, ସୂରଜ କୁମାର ନାୟକ , ସଲିପ ପାତ୍ର ପ୍ରମୂଖ ସହଯୋଗ କରିଥିଲେ ।