ଋାଧା ଖଇନି କାରଖାନା ଉପରେ ଚଢାଉ
ଛତ୍ରପୁର : ବ୍ଲକର ଶ୍ରୀରାମ ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାୟାପାଟାଣା ଗ୍ରାମରେ ଥିବା ରାଧା ଖଇନି କାରଖାନା ଉପରେ ଅଚାନକ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇଙ୍କ ନେତୃତ୍ୱରେ ଚଢାଉ କରାଯାଇଛି । କାରଖାନାରେ ବ୍ୟବହାର ହେଉଥିବା ଖଇନିର ଜରି, ମାପ ଓଜନ ଓ ବିଭିନ୍ନ ନଥିପତ୍ର ଯାଞ୍ଚ କରାଯାଇଛି । ଖଇନି କରାଖାନା ନିମନ୍ତେ ସ୍ୱିକୃତୀ ପ୍ରମାଣ ପତ୍ର ରହିଛି । କିନ୍ତୁ ମାପ ଓଜନ ପାଇଁ ବ୍ୟବହାର ହେଉଥିବା ମାପଯନ୍ତ୍ର ଅନ୍ ଅର୍ଥରାଇଜ୍ କମ୍ପାନୀର ହୋଇଥିବା, ଜରିରେ ନିଜ କାରଖାନାର ଠିକଣା ଏବଂ ଅନ୍ୟାନ୍ୟ ବିଷୟ ସଠିକ୍ ନଥିବା ନେଇ କାରଖାନାର ମାଲିକ ନାରାୟଣ ସାହୁଙ୍କ ଠାରୁ ୪୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଏଥିସହ ପୂର୍ବାହ୍ନରେ କାରଖାନା ଠାରୁ ବ୍ରହ୍ମପୁରକୁୁ ରାଧା ଖଇନି ରପ୍ତାନୀ ହେଉଥିବା ଏକ ଡାଲା ଅଟୋକୁ ବ୍ରହ୍ମପୁର ଉପଜିଲ୍ଲାପାଳ ଦତ୍ତାତ୍ରେୟ ବି ସିନେ୍ଧ ଜବତ କରିଛନ୍ତି । ଅଟୋକୁ ଜବତ କରିବା ସହ ଏହା କେଉଁଠାରୁ ପ୍ରସ୍ତୁତ ହେଉଛି ତାହାର ଠିକଣା ପଚାରି ବୁଝିଥିଲେ । ଏହାପରେ କାରଖାନାରର ବିଭିନ୍ନ କାଗଜ ପତ୍ର ଏବଂ ପ୍ରସ୍ତୁତ ହେଉଥିବା ଖଇନି ଉପରେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଛତ୍ରପୁର ତହସିଲଦାର ଶ୍ରୀ ଭୋଇ, ମାପଓଜନ ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲର ବିନୟ କୁମାର ଦାଶ, ବରିଷ୍ଠ ନିରୀକ୍ଷକ ସବିତା ପଣ୍ଡା ପ୍ରମୁଖ ରାଧା ଖଇନି କାରଖାନା ଉପରେ ଚଢାଉ କରିଥିଲେ ।



