ଚାଷୀ ମନରେ ଛନକା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସାର ଅଭାବରୁ ଫସଲ ଉଜୁଡ଼ିଯିବାର ସମ୍ଭାବନା ଠିକ୍ ସମୟରେ ସାର ମିଳୁନି ସାର ପାଇବା ସକାଶେ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଞ୍ଚଳ ଚାଷୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଠିକ୍ ସମୟରେ ସାର ନମିଳିବାରୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଉପୁଜାଇଥିବା ସୁନାର ଫସଲ ଉଜୁଡ଼ିଯିବାର ସମ୍ଭାବନା ରହିଥିବାରୁ ଚାଷୀଙ୍କ ମନରେ ଛନକା ପଶିଛି । ଚଳିତ ବର୍ଷ ଖରିଫ ଧାନ ଫସଲବେଶ ଭଳ ହେବା ଆଶା କରିଥିଲା ଚାଷୀ ଚଳିତ ମାସରେ ବେଶ ଭଲ ବର୍ଷା ହୋଇଥିବାରୁ ଧାନ ରୂଆ କାମ ଶେେ ହୋଇ ସାରିଛି । ବର୍ତମାନ ଭଲ ଫସଲ ଅମଳ ସକାଶେ ୟୁରିଆ ସାରର ଆବଶ୍ୟକତା ରହିଛି । ସ୍ଥାନୀୟ ବଜାରରେ ପ୍ରଚୁର ପରିମାଣରେ ୟୁରିଆ ସାରର ଅଭାବ ଦେଖାଦେଇଛି । ବିଭତ ବର୍ଷରେ ସରକାରୀ ଭାବେ ସାର ନମିଳିଲେ ମଧ୍ୟ ଚାଷୀ ମାନେ ବଜାରରୁ ସାର କିଣି ଚାଷ ଜମିରେ ପକାଇ ଦେଉଥିଲେ । କିନ୍ତୁ ଚଳିତ ବର୍ଷ ସ୍ଥାନୀୟ ଅଞ୍ଚଳର ବଜାରରେ ସାରର ଅଭାବ ପରିଲିକ୍ଷିତ ଦେଖାଦେବା ଯୋଗୁଁ ଚାଷୀଙ୍କ ମନରେ ଛନକା ପଶିିଛି । କିଭଳି ଫସଲକୁ ବଞ୍ଚାଇବେ ସେ ଚିନ୍ତା ମନକୁ ଘାରିଛି । ବଞ୍ଚାଇବେ ବର୍ଷକର ଭାତହାଣ୍ଡି ପାଇଁ ଚାଷୀ ନିଜର ସୁନାର ଫସଲ ଅମଳ କରିବା ଲାଗି ଖରା, ବର୍ଷା, ଶୀତକୁ ଖାତିର ନକରି ମୁଣ୍ଡର ଝାଳ ତୁଣ୍ଡରେ ମାରି ଚାଷ କାର୍ଯ୍ୟରେ ଲାଗି ପଡ଼ିଛି । ବର୍ତମାନ ପରିସ୍ଥିତିରେ ସାର, ଚାଷକାର୍ଯ୍ୟ ସକାଣେ ମୁଖ୍ୟ ପ୍ରତିବନ୍ଧକ ସାଜିଛି । ପୂର୍ବରୁ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ରହିଥିବା ବେଳେ ଅଗଷ୍ଟ ମାସରେ ଭଲ ବର୍ଷା ହେବାରୁ ଚାଷୀକୂଳ ବେଶ ଆଶ୍ୱସ୍ତି ଲାଭ କରିଛି । ଲଘୁଚାପ ଜନିତ ବର୍ଷା ଲାଗି ରହିବା ଫଳରେ ଚାଷୀ ନିଜର ଧାନ ତଳି ରୂଆ ବେଉଶଣ କାର୍ଯ୍ୟ ଶେଷ କରିଦେଇଛି । ରୂଆ ବେଉଶଣ କାର୍ଯ୍ୟ ଶେଷ ପରେ ଚାଷ ଜମିରେ ସାର ପ୍ରୟୋଗ କରରିବା ସକାଶେ ଚୁାଷୀ ଚାତକ ପରି ଚାହିଁ ବସିଥିଲେ ମଧ୍ୟ ସାରର ଅଭାବ ଦେଖାଦେଇଛି । ଅନ୍ୟପକ୍ଷରେ କିଛି ମୁନାଫଖୋର ସାର କଳା ବ୍ୟବସାୟୀ ସାରକୁ ମହଜୁଦ ରଖି କୃତିମ୍ରଅଭାବ କରୁଥିବାର ଅଭିଯୋଗ ହେଉଛି । ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଏ ଦିଗରେ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଚାଷୀଙ୍କୁ ସାର କିଭଳି ସହଜ, ସୁବିଧାରେ ମିଳିପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀକୂଳ ନିବେଦନ କରିଛନ୍ତି ।