ସେଲ୍ଫି ହେଲା କାଳ ; ଡହ ଡ୍ୟାମ ରେ ପଡି ଯୁବକର ମୃତ୍ୟୁ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ସେଲ୍ଫି ନେବା ସମୟରେ ଅସାବଧାନତା ଯୋଗୁଁ ଯୁବକର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଡ଼ହ ଡ୍ୟାମ ଠାରେ। ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁର ତୁଳସୀ ନଗରର ସୌରଭ ବେହେରା (୨୩) ନାମକ ଜଣେ ଯୁବକ ତାଙ୍କ ସମ୍ପର୍କୀୟ ମଉସା ଘରକୁ ବୁଲିବାକୁ ଆସିଥିଲେ। ଆଜି ସେ ତାଙ୍କ ମଉସା ପୁଅ ଓ ତାର କିଛି ସାଙ୍ଗ ମାନଙ୍କ ସହ ଡହ ଡ୍ୟାମ ବୁଲିବାକୁ ଯାଇଥିଲେ। ସେଠାରେ ଗାଧୋଇବା ସମୟରେ ସେଲ୍ଫି ନେବା ବେଳେ ଅସାବଧାନତା ଯୋଗୁଁ ତଳକୁ ଖସି ଯାଇ ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରିବା ସହ ଦମକଳ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ। ହେଲେ ସେଠାରୁ ତାକୁ ଡାକ୍ତରଖାନା ଆଣିବା ବେଳକୁ ମୃତ୍ୟୁ ଘଟିସାରିଥିଲା। ଅପରପକ୍ଷରେ ପୋଲିସ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି l