ବନ୍ୟାଞ୍ଚଳରେ ସ୍ବେଚ୍ଛାସେବୀଙ୍କ ଦ୍ୱାରା ରନ୍ଧାଖାଦ୍ୟ ବଣ୍ଟନ

ହାଟଡ଼ିହି,(ଓ୍ବାଇଏନ୍ଏସ୍): କେନ୍ଦୁଝର ଜିଲ୍ଲାର ହାଟଡ଼ିହି ବ୍ଲକରେ ପ୍ରଳୟଙ୍କରୀ ବନ୍ୟା ତାର ତାଣ୍ଡବ ରଚି ଚାଲିଯିବା ପରେ ଏବେ ଅନେକ ଲୋକ ବେଘର ହୋଇଛନ୍ତି। ବିଶେଷକରି  ଆମ୍ବୋ ପଂଚାୟତର କରଗୋଳା ଗ୍ରାମରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଲୋକମାନେ ଏବେବି ଘରକୁ ଫେରି ନାହାନ୍ତି। ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଥିବା କୁହାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା।  ଗତକାଲି ଗ୍ରାମର କିଛି ବ୍ୟକ୍ତି ଓ ୱାର୍ଡସଭ୍ୟ ମନେ ଅପରାଣ୍ଣରେ ଖାଦ୍ୟପେୟର ବ୍ୟବସ୍ଥା କରିଥିବା ବେଳେ ଆଜି ସେଣ୍ଟ ଜାଭିୟର ସ୍କୁଲ ପକ୍ଷରୁ ୩୦୦ରୁ ଉର୍ଦ୍ଧ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। ସେଣ୍ଟ ଜାଭିୟର ସ୍କୁଲର ସଭାପତି ଉଦୟନାଥ କର ଉପସ୍ଥିତ ରହି ଖାଦ୍ୟପେୟ ବଣ୍ଟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ