ଜାଗୁଆର ଲ୍ୟାଣ୍ଡ ରୋଭର ର ୩ଏସ୍ ରିଟେଲ କେନ୍ଦ୍ର
ଭୁବନେଶ୍ୱର,( ଯୁଗାବ୍ଦ ନ୍ୟୁଜ୍): ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ପୁନେଠାରେ ଏସ ପରକିନସ ସହ ମିଳିତ ଉଦ୍ୟମରେ ୩ଏସ୍ ରିଟେଲ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ପୁନେଠାରେ ଜାଗୁଆର ଲ୍ୟାଣ୍ଡ ରୋଭରର ଉତ୍ପାଦନ ହେଉଥିବାରୁ ଏହି ପୁନେ-ବାଙ୍ଗାଲୁର ହାଇୱେରେ ଅବସ୍ଥିତ ରିଟେଲ କେନ୍ଦ୍ର ଗ୍ରାହକ ମାନଙ୍କ ପାଇଁ ଗୁରୁତ୍ୱପୁର୍ଣ୍ଣ ହୋଇପଡିଛି । ଏହି ନୂତନ କେନ୍ଦ୍ରର ଶୁଭାରମ୍ଭ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଥିଲେ । ଏହି ଅବସରରେ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ବିକ୍ରମ ମୋଦୀ ଓ ଏସ ପରକିନସର ନିର୍ଦ୍ଦେଶକ ବିବେକ ମୋଦୀ ଉପସ୍ଥିତ ଥିଲେ । ଏହି ୪୪୬୦ବର୍ଗ ମିଟର ପରିସିମାରେ ବ୍ୟାପ୍ତ ରିଟେଲ କେନ୍ଦ୍ର ବିକ୍ରି ଏବଂ ବିକ୍ରି ପରିବର୍ତି ସର୍ଭିସ୍ ପାଇଁ ଉଦ୍ଦିଷ୍ଟ । ଏହି କେନ୍ଦ୍ର ଠାରେ ଜାଗୁଆର ଓ ଲ୍ୟାଣ୍ଡ ରୋଭର ଗାଡି ଗୁଡିକର ପ୍ରଦର୍ଶନ ପାଇଁ ବ୍ୟବସ୍ଥା ଅଛି । ଏତଦ୍ବ୍ୟତିତ ଏଠାରେ ଗ୍ରାହକ ମାନଙ୍କ ଚାହିଦା ଅନୁସାରେ ଯୋଗାଇଦେବା ପାଇଁ ଡିଜିଟାଲ ପର୍ସନାଲାଇଜେସନ ଷ୍ଟୁଡିଓ ବ୍ୟବସ୍ଥା କରାଯାଇଛି । ଜାଗୁଆର ଲ୍ୟାଣ୍ଡ ରୋଭରର ଅଧ୍ୟକ୍ଷ ରୋହିତ ସୁରୀ କହିଛନ୍ତି, “ଆମର ଏସ୍ପରକିନସ ସହ ସହଭାଗୀତା ଦୀର୍ଘ ୭ ବର୍ଷ ପୁରୁଣା । ଏହି ନୂତନ ୩ଏସ୍ ରିଟେଲ କେନ୍ଦ୍ର ଆଗାମୀ ଦିନରେ ଏ ସମ୍ପର୍କ କୁ ଅଧିକ ସୁଦୃଢ କରିପାରିବ । ଏହି କେନ୍ଦ୍ର ଠାରେ ବିକ୍ରି, ସର୍ଭିସ ଓ ସ୍ପେୟାର ପାର୍ଟସ ପାଇଁ ଅତ୍ୟାଧୁନିକ ସୁବିଧାର ଆୟୋଜନ କରାଯାଇଛି ।” ଗ୍ରାହକମାନେ ଜାଗୁଆର ବୁକିଙ୍ଗ ପାଇଁ ଙ୍ଗଙ୍ଗଙ୍ଗ.ଲସଦ୍ଭୟଜ୍ଞରବମବକ୍ସ.ସଦ୍ଭ ଏବଂ ଲ୍ୟାଣ୍ଡ ରୋଭର ପାଇଁ ଙ୍ଗଙ୍ଗ.ଲସଦ୍ଭୟଜ୍ଞରବଗ୍ଦଙ୍କଙ୍ଖ.ସଦ୍ଭ ରେ ଲଗ ଇନ୍ କରିପାରିବେ । ଜାଗୁଆର ଲ୍ୟାଣ୍ଡ ରୋଭରର ଗାଡିମାନ ଭାରତର ୨୭ ଟି ପ୍ରାଧିକୃତ କେନ୍ଦ୍ରରେ ଉପଲବ୍ଧ । ଏଥିମଧ୍ୟରେ ଅହମ୍ମଦାବାଦ,େଓøରଙ୍ଗାବାଦ, ବାଙ୍ଗାଲୁରୁ, ଭୁବନେଶ୍ୱର, ଚଣ୍ଡିଗଡ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, କୋଚି, କରନାଲ, ଲକ୍ଷେ୍ନା, ଲୁଧିଆନା, ମାଙ୍ଗାଲୋର, ମୁମ୍ବାଇ, ନାଗପୁର, ନୋଏଡା, ପୁନେ, ରାୟପୁର, ବିଜୱାଡା ଏବଂ ସୁରଟ ଅନ୍ୟତମ ।