ପ୍ରତିବାଦ ଦିବସକୁ ସମର୍ଥନ କରି ଆଦିବାସୀଙ୍କ ବୈଠକ

ବୁଗୁଡା,(ଅନିଲ କୁମାର ମହାରଣା): ସିପିଆଇ(ଏମ ଏଲ)ରେଡଷ୍ଟାର ପକ୍ଷରୁ ସେପ୍ଟେମ୍ବର ୧ ତାରିଖରେ ହେବାକୁ ଥିବା ପ୍ରତିବାଦ ଦିବସକୁ ସମର୍ଥନ କରିବାକୁ ଆଦିବାସୀ ମାନଙ୍କ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସିପିଆଇ(ଏମ ଏଲ)ରେଡଷ୍ଟାର ଗଞ୍ଜାମ ଜିଲ୍ଲା ସମ୍ପାଦକ ଶଙ୍କର ସାହୁଙ୍କ ନେତୃତ୍ୱରେ ବୁଗୁଡା ବ୍ଲକର ବିଭିନ୍ନ ଆଦିବାସୀ ଗ୍ରାମରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ସମସ୍ତଙ୍କୁ ରୋଜଗାର, ସ୍ଵାସ୍ଥ୍ୟ ସେବା, ଶିକ୍ଷା ଓ ବାସଗୃହ ଯୋଗାଇ ଦେବାକୁ ଦାବି କରାଯାଇ ସେପ୍ଟେମ୍ବର ୧ ତାରିଖରେ ପ୍ରତିବାଦ ଦିବସ ପାଳନ କରିବା ପାଇଁ ଆହ୍ଵାନ ଦିଆଯାଇଥିଲା। ଏହି ବୈଠକ ଗୁଡିକରେ ପ୍ରତ୍ୟେକ ଆଦିବାସୀ ଅଧ୍ୟୁଷିତ ଗ୍ରାମର ଜନସାଧାରଣଙ୍କ ପକ୍ଷରୁ ବ୍ୟାପକ ସମର୍ଥନ ମିଳିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ