ଗଞ୍ଜାମ ଜିଲ୍ଲା ବକ୍ସିଦଳ ଚୟନ ଶିବିର ଅନୁଷ୍ଠିତ

ଇ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ଷ୍ଟାଡିୟମ୍ ପରିସରରେ ବାଳିକା ଗଂଜାମ ଜିଲ୍ଲା ବକ୍ସିଦଳ ଚୟନ ଶିବିର ୨୬ ତାରିଖ ଦିନ ଗଂଜାମ ଜିଲ୍ଲା କ୍ରିଡା ସଂସଦ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୧୦ ଜଣ ବକ୍ସର ଅଂଶ ଗ୍ରହଣ କରିଥିଲେ । ଜାତୀୟ ରିଫେରିଂ ଙ୍କ ସମେତ ବ୍ରହ୍ମପୁର ଷ୍ଟାଡିୟମ ଠାରେ ଅଭ୍ୟାସ କରୁଥିବା ସମସ୍ତ ସିନିୟର ବକ୍ସର ମାନେ ସହଯୋଗ କରିଥିଲେ । ଚଳିତ ୩୦ ତାରିଖରେ କଟକ ବାରବାଟି ଷ୍ଟାଡିୟମ ଠାରେ ରାଜ୍ୟ ବକ୍ସିଂ ଚୟନ ଶିବିରକୁ ମନୋନୀତ ହୋଇଥିବା ୫ ଜଣଙ୍କୁ ପଠାଯିବ । ମନୋନୀତ ହୋଇଥିବା ଖେଳାଳି ମାନେ ହେଲେ ରାଣୀ ଦାସ ,ଆୟୁସ୍ମିତା ପାଣିଗ୍ରାହି , ଭି.ରାଜେଶ୍ୱରୀ ରେଡ୍ଡି ,ଜୟଲକ୍ଷ୍ମୀ ମିଶ୍ର ,ଅନୁରାଧା ଜେନା ମନୋନୀତ ହୋଇଛନ୍ତି । ଚୟନ କର୍ତ୍ତା ଭାବେ ଜିଲ୍ଲା ବକ୍ସି ସଂପାଦକ କେ.ପ୍ରଭାକର ରାଓ , ଅରକ୍ଷିତ ପାଣିଗ୍ରାହି , ଶିବରାମ ପାତ୍ର , ଲଡୁ କିଶୋର ସାହୁ , ସୁମନ ଦାସ ,ବୁଲୁ ପାତ୍ର ଚୟନ କରିଥିବା ବେଳେ ଜିଡିଏଏର ସଂପାଦକ ଅଶୋକ ସାହୁ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ।କେଶବ ପଣ୍ଡା ,ରବିନ୍ଦ୍ର ପଣ୍ଡା , ଅନିଲ ସାହୁ , ଲକ୍ଷ୍ମୀକାନ୍ତ ପାଢୀ , ଆନ୍ତର୍ଜାତୀୟ ବକ୍ସର ମମତା ପଣ୍ଡା ଆଶା ପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ