ବହଳଦା-ଝରାଡିହି ମୂଖ୍ୟରାସ୍ତା ଶୋଚନୀୟ ନିମ୍ନ ମାନର ମରାମତି କାର୍ଯ୍ୟ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ପୂର୍ତ୍ତ ବିଭାଗ ଅଧିନରେ ଥିବା ବହଳଦା-ଝରାଡିହି ମୂଖ୍ୟ ରାସ୍ତାଟି ଜର୍ଜରିତ ଓ ବିପଜ୍ଜନକ ଅବସ୍ଥାରେ ରହିଥିଲାବେଳେ ପୂର୍ତ୍ତ ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ ୨୦୧୯’ ଡିସେମ୍ବର ରେ ମରାମତି କାର୍ଯ୍ୟ ଆରମ୍ଭ ହୋଇ ଚଳିତ ଜାନୁଆରୀ ମାସ ଶେଷ ଆଡକୁ ମରାମତି ସମ୍ପନ୍ନ ହୋଇଥିଲା।ହେଲେ ଦୁଃଖର ବିଷୟ ଏହା ୬’ମାସ ମଧ୍ୟ ତିଷ୍ଠି ପାରିଲା ନାହିଁ।ବହଳଦାରୁ ଝରାଡିହି ପର୍ଯ୍ୟନ୍ତ ୧୦’କି.ମି. ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ,ଗେଟି ଓ ମାଟି ଉପୁଡି ଖାଲ ସୃଷ୍ଟି ହୋଇ ଶହଶହ ଯାତ୍ରୀ’ଙ୍କ ପାଇଁ ବିପଜ୍ଜନକ ପାଲଟିଥିଲା।ଗଣ ମାଧ୍ୟମରେ ଏ ବିଷୟରେ ଖବର ପ୍ରକାଶିତ କରାଯାଇ ପ୍ରଶାସନ ଓ ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଶଣ କରାଯିବାପରେ ଗତବର୍ଷ ୨୦୧୯’ ଡିସେମ୍ବରରେ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା।ତେବେ ବିଭାଗୀୟ ଅଧିକାରୀ ଓ ଠିକାଦାର’ଙ୍କ ଦ୍ବାରା ଲାଭଖୋର ମୋନବୃତ୍ତି ଯୋଗୁଁ ମରାମତି କାର୍ଯ୍ୟ ନିମ୍ନମାନର ହୋଇଥିଲା ଯାହା ଫଳରେ ମରାମତିର ମାସକ ମଧ୍ୟରେ ମରାମତି କରାଯାଇଥିବା ସ୍ଥାନ ଗୁଡିକରେ ରାସ୍ତା ଦବି ଯିବାସହ ଫାଟ ସୃଷ୍ଟି ହୋଇଥିଲା।ତାହା ବର୍ତ୍ତମାନ ୬’ମାସ ଯାଉଯାଉ ସମ୍ପୂର୍ଣ୍ଣ ଭାବେ ଧ୍ବସ୍ତ ହୋଇ ଜର୍ଜରିତ ଓ ବିପଦଜ୍ଜନକ ଅବସ୍ଥାରେ ରହିଛି।ତେବେ ସାଧାରଣ ଜନତାଙ୍କ ଟିକସ କର ଟଙ୍କାକୁ ସରକାର ସାଧାରଣ ଜନତାଙ୍କ ଉଦ୍ଧେଶ୍ୟରେ ବିକାଶ ଓ ଉନ୍ନତ୍ତି କରଣ କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗକୁ ପ୍ରଦାନ କରୁଥିବାବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାର’ଙ୍କ ଦ୍ବାରା ନିମ୍ନ ମାନର କାର୍ଯ୍ୟ କରାଯାଇ ଅର୍ଥ ଆତ୍ମସାତ୍ କରାଯିବା ଦଣ୍ଡନୀୟ ଅପରାଧ।କେଉଁ ପରିସ୍ଥିତିରେ କାର୍ଯ୍ୟାଦେଶର ମାନଦଣ୍ଡକୁ ଉଲ୍ଲଂଘନ କରାଯାଇ ମରାମତି କାର୍ଯ୍ୟ ସମ୍ପନ୍ନ କରାଯାଇଛି ବା ନିମ୍ନ ମାନର କର୍ଯ୍ୟ ହୋଇଛି ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀ ଓ ଠିକାଦାର’ଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ରାସ୍ତାଟିର ପୁନଃ ମରାମତି କରାଯିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ