ବିବାହିତ ମହିଳାଙ୍କ ମୃତ

ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍) : ଗାଙ୍ଗପୁର ଥାନା ପଳାସପଲ୍ଲୀ ଗ୍ରାମରେ ଜଣେ ବିବାହିତା ଯୁବତୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯୁବତୀ ଜଣକ ବାହାଡାପଦର କବିରାଜ କାଞ୍ଜିଆଙ୍କ ଝିଅ ତଥା ପଳାଶପଲ୍ଳୀ ଗ୍ରାମର ପହଲ୍ଲାଦ ଡାକୁଆଙ୍କ ସ୍ତ୍ରୀ ପିଙ୍କି (୨୩) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୧୫ ମସିହାରେ ପିଙ୍କି ବୈଦିକ ରିତିନୀତି ଅନୁଯାୟୀ ପଳାଶପଲ୍ଲୀ ଗ୍ରାମର ପହଲ୍ଲାଦ ଡାକୁଆଙ୍କୁ ବିବାହ କରିଥିଲେ । ସ୍ୱାମୀ ପ୍ରହଲ୍ଲାଦ ଭଞ୍ଜନଗରରେ ଏକ ସେଲୁନ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ । ଗତ କିଛି ଦିନ ତଳେ ପିଙ୍କିଙ୍କୁ ଶଶ୍ୱର ଘର ଲୋକ ଯୈାତୁକ ଦାବି କରିଥିଲେ । ଯୈାତୁକ ଜନିତ କାରଣରୁ ମୋ ଝିଅ ପିଙ୍କି କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଶବ ବେବ୍ୟଚ୍ଛେଦ ପର ତାଙ୍କ ପରିବାରକୁ ଶବ ହସ୍ତାନ୍ତର କରିଛି । ସ୍ୱାମୀ ପ୍ରହଲ୍ଲାଦକୁ ଥାନାରେ ଅଟକ ରଖି ପଚାରାଉଚାରା କରୁଛି । ଶ୍ୱଶୁର ଘର ଲୋକେ ପିଙ୍କି ବେକରେ ରଶି ଲଗାଇ ଆତ୍ମହତ୍ୟ କରିଥିବା ଅଭିଯୋଗ କରିଛନ୍ତି । ବେଲଗୁଣ୍ଠା ପୋଲିସ ସ୍ୱାମୀଙ୍କୁ ଗିରଫ କରି ତଦନ୍ତ କରୁଥିବା ଏସ୍.ଆଇ ସତ୍ୟଜିତ ବେଣିଆ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ