କମୁଛି ପାଣି ବଢୁଛି ଦୁର୍ଦଶା

ତିର୍ତୋଲ,(ଅଭିଷେକ ତ୍ରିପାଠୀ ):  ମହାନଦୀ ରେ ଆସିଥିବା ମହାବନ୍ୟା ର ଜଳ ଧୀରେ ଧୀରେ କମିବାରେ ଲାଗିଥିବା ବେଳେ କିନ୍ତୁ ସମସ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି l ସୂଚନା ଥାଉକି ତିର୍ତୋଲ ବ୍ଲକ ର ବିଭିନ୍ନ ତଳିଆ ଅଞ୍ଚଳରେ ମହାନଦୀ ର ବନ୍ୟା ଜଳ ପଶିଥିବା ବେଳେ,ଏବେ ପରିସ୍ଥିତି ଧୀରେ ଧୀରେ ଜଟିଳ ହେବାରେ ଲାଗିଛି l ତେବେ ସବୁଠୁ ବଡ ସମସ୍ୟା ହେଉଛି ମଣିଷ ଯେଉଁଠି ଗୃହ ପାଳିତ ପଶୁ ସେଇଠି, ଗୋଟିଏ ଜାଗାରେ ସମସ୍ତେ ଏକାକାର l ତଳିଆ ଅଞ୍ଚଳର ଘର ଗୁଡିକ ବୁଡି ଯିବା ପରେ ପୀଡିତ ମାନେ କିଛି ସରକାରୀ କୋଠା କୁ ଯିବା ପରେ ବାକି ଅନ୍ୟ ପରିବାର ତିର୍ତୋଲ ର ଗୋପିଆ କୁଦ ଅଞ୍ଚଳର ହାରାହାରି 20 ପରିବାର ତିର୍ତୋଲ ରୁ ତାର୍ତ୍ତୋଲ ଯାଉଥିବା ରାସ୍ତା କଡରେ ନିଜସ୍ୱ ଘରେ ଥିବା ଛିଣ୍ଡା ପାଲରେ ତମ୍ବୁ ପକାଇ ରହୁଥିବା ବେଳେ ପ୍ରଶାସନ ତରଫରୁ ପାଲ ଖଣ୍ଡେ ମିଳିନାହିଁ ଓ ଅନ୍ୟ ପଟରେ ଗାଈଗୋରୁ ଖାଦ୍ୟ ମାତ୍ର 3କିଲୋ ଦେଇ ଚୁପ ବସିଛି ପ୍ରଶାସନ. | ସରକାର ମୁଖ୍ୟତଃ ସଂକ୍ରମଣ ସହ ବିଭିନ୍ନ ରୋଗ ଯେପରି ନ ବ୍ୟାପେ ସେଥିପ୍ରତି ଧ୍ୟାନ ଦେବା ଉଚିତ ବୋଲି ସାଧାରଣ ରେ ଦାବି ହେଉଛି l ଏହି ଅଞ୍ଚଳରେ ବିଭିନ୍ନ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବାବେଳେ, ସରକାର ଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରା ଯାଉଥିଲେ ମଧ୍ୟ ହେଲେ ଏହା ଏମାନଙ୍କ ପାଇଁ କେତେ ଫଳପ୍ରଦ ହେଉଛି ଦେଖିବାକୁ ବାକିରହିଲା|?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ