୩ ବର୍ଷ ହେବ ହିିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ବୋନସ୍ ଅର୍ଥ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପାଶ୍ୱର୍ବର୍ତ୍ତୀ ହାଟଡିହୀ ବ୍ଲକ ସଢା ପଞ୍ଚାୟତ ଅଧିନ ମୌଦା ଗ୍ରାମର ଲକ୍ଷ୍ମୀଧର ବାରିକ ଗତ ୩ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ପକ୍କା ଗୃହ ସଂପୂର୍ଣ୍ଣ କରିଥିବା ବେଳେ ତାଙ୍କୁ ଏପର୍ଯ୍ୟନ୍ତ ବୋନସ୍ ଅର୍ଥ ମିଳିନଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଗତ ୩ ବର୍ଷ ପୂର୍ବେ ଲକ୍ଷ୍ମୀଧର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ପକ୍କା ଗୃହ କାର୍ଯ୍ୟ।।ଦେଶ ପାଇ କାର୍ଯ୍ୟ ଶେଷ କରିଥିଲେ । ଗତ ୨୦୧୭ ମସିହା ଅଗଷ୍ଟ ୨୪ରେ ଶେଷ କିସ୍ତି ବାବଦ ୩୦ ହଜାର ଟଙ୍କା ପାଇଥିଲେ । ସରକାରୀ ନିୟମ ଅନୁଯାୟୀ ୪ ମାସ ମଧ୍ୟରେ ଗୃହ କାର୍ଯ୍ୟ ସଂପୂର୍ଣ୍ଣ କରିଥିବା ବେଳେ ତାଙ୍କୁ ବୋନସ୍ ଅର୍ଥ ୨୦ ହଜାର ଟଙ୍କା ଅଦ୍ୟାବଧି ମିଳିନାହିଁ । ଏନେଇ ସେ ବହୁବାର ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେଲେଣି । ଧାରକରଜ କରି ଘର ତିଆରି କରିଥିବାରୁ ତାଙ୍କୁ ପ୍ରାପ୍ୟ ଅର୍ଥ ନମିଳିବା ନେଇ ସେ ଚିନ୍ତାରେ ଦିନକାଟୁଛନ୍ତି । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ, ସଚିବ୍, ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ କେନ୍ଦୁଝର, ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି


