ଗୋଷ୍ଠୀ ଭିତ୍ତିକ ପଦବୀରେ ଅସ୍ଥାୟୀ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କଲା ଜି.ପି.ଏଲ୍‌.ଏଫ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ପକ୍ଷରୁ ଗୋଷ୍ଠୀ ଭିତ୍ତିକ ପଦବୀରେ ଅସ୍ଥାୟୀ ନିଯୁକ୍ତି ନିମନ୍ତେ ବିଜ୍ଞାପନ ଜାରି ହୋଇଛି । ଏହି ଅବସରରେ ସରପଞ୍ଚ ଅଶୋକ କୁମାର ମହାନ୍ତି, ଜି.ପି.ଏଲ୍‌.ଏଫର ସଭାନେତ୍ରୀ ସ୍ୱର୍ଣ୍ଣଲତା ରାଜ, ସମ୍ପାଦିକା କମଳା ସାହୁ ଉପସ୍ଥିତ ଥିଲେ । ଉକ୍ତ ପଞ୍ଚାୟତରେ ଜି.ପି.ଏଲ୍‌.ଏଫ ପକ୍ଷରୁ ୧୦ଟି ମଞ୍ଚ ଗଠନ ହୋଇଥିବା ବେଳେ ଏନେଇ ୧୦ ଜଣ ସି.ଆର.ପି ନିଯୁକ୍ତ ହେବା ସହ ଜଣେ ଏମ୍‌.ବି.କେ ଓ ଜଣେ ବ୍ୟାଙ୍କ ମିତ୍ର ନିଯୁକ୍ତ ହେବେ । ଆସନ୍ତା ୧୮ ତାରିଖ ମଧ୍ୟରେ ଇଛୁକ ପ୍ରାର୍ଥୀ ମାନେ ଉକ୍ତ ପଦବୀ ପାଇଁ ଆବଶ୍ୟକ ପ୍ରମାଣ ପତ୍ର ସହ ଆବେଦନ କରିପାରିବେ ବୋଲି ଜଣାଯାଇଛି । ଏନେଇ ମିଶନଶକ୍ତି, ପଞ୍ଚାୟତ କାର୍ଯ୍ୟାଳୟ ସମେତ ପ୍ରତ୍ୟେକ ମଞ୍ଚର ଅଙ୍ଗନୱାଡି କେନ୍ଦ୍ରରେ ବିଜ୍ଞାପନ ପତ୍ର ଲଗାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ