ଦୁର୍ଘଟଣାରେ ପୂର୍ବତନ ସରପଞ୍ଚ ଆହତ; ଅନ୍ୟ ୨ ଜଣ ଗୁରୁତର

ବନ୍ତ,(ଚାନ୍ଦିନୀ ମହାନ୍ତି) : ଗୁରବାର ବନ୍ତ ଥାନା ଅଧିନ ୫୩ନଂ.ରାଜ୍ୟରାଜପଥର ଟିଲୋ ତେଲିସାହି ଛକ ଠାରେ ଏକ ବାଇକ୍ ଦୁର୍ଘଟଣା ଘଟିଛି । ଏଥିରେ ଟିଲୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଟିଲୋ ସେବା ସମବାୟ ସମିତିର ସଭାପତି ବିଜୟ କୁମାର ନାୟକ ଆହତ ହୋଇଛନ୍ତି । ସେହିପରି ଭଦ୍ରକ ଅଞ୍ଚଳର ଲକ୍ଷ୍ମୀଧର ବାରିକ ଓ ଗଣ୍ଡକୁରା ଗ୍ରାମର ଶିଶିର ଜେନା ଗୁରୁତର ଆହତ ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି । ପ୍ରକାଶ ଯେ, ଅପରାହ୍ନ ସମୟରେ ଲକ୍ଷ୍ମୀଧର ଓ ଶିଶିର ଏକ ବାଇକ୍ ଯୋଗେ ବନ୍ତରୁ ଭଦ୍ରକ ଅଭିମୁଖେ ଯାଉଥିଲେ । ତେଲିସାହି ଛକ ଠାରେ ଗ୍ରାମ୍ୟ ରାସ୍ତାରୁ ରାଜପଥକୁ ଆସୁଥିବା ପୂର୍ବତନ ସରପଞ୍ଚଙ୍କ ବାଇକ୍‌କୁ ସେମାନେ ଧକ୍କା ଦେଇଥିଲେ । ଫଳରେ ଉଭୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସମସ୍ତ ଆହତଙ୍କୁ ପ୍ରଥମେ ବନ୍ତ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ପରେ ଗୁରୁତର ମାନଙ୍କୁ ଭଦ୍ରକ ପଠାଯାଇଥିବା ଜଣାଯାଇଛି । ଏନେଇ ଥାନାରେ କୌଣସି ମାମଲା ହୋଇନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ