ନିଜ ଉଦ୍ୟମରେ ରାସ୍ତା ମରାମତି କଲେ ଗ୍ରାମବାସୀ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ରାସ୍ତା ମରାମତି ପାଇଁ ଗ୍ରାମପଞ୍ଚାୟତ ଓ ବ୍ଲକ ପ୍ରଶାନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବର୍ଷବର୍ଷ ଧରି ରାସ୍ତା ମରାମତି ନହେବାରୁ ନିଜ ଉଦ୍ୟମରେ ଗାଁ ଲୋକେ ରାସ୍ତା ମରାମତି କରି ଉଦାହରଣ ସୃଷ୍ଟି କରିବା ସହିତ ପ୍ରଶାସନ ଓ ଜନପତିନିଧିଙ୍କ ଅପାରଗତ ନିତିକୁ ପଦାରେ ପକାଇଛନ୍ତି ଖିଜରୀ ତାଣ୍ଡି ଗ୍ରାମବାସୀ।ବହଳଦା ବ୍ଲକ ଅନ୍ତର୍ଗତ ଶଶ ଗ୍ରାମପଞ୍ଚାୟତ ଶଶ ଗ୍ରାମରୁ ଖିଜରୀ ତାଣ୍ଡି ଗ୍ରାମ ଦେଇ ୨୨୦’ନଂ ରାଜପଥକୁ ସଂଯୋଗ କରୁଥିବା ମୂଖ୍ୟରାସ୍ତାଟି ବର୍ଷବର୍ଷ ଧରି ମରାମତି ନହେବାରୁ ଅତି ଶଚନୀୟ ଅବସ୍ଥାରେ ରହିଛି।ଖାଲ ଢିପରେ ପରିପୂର୍ଣ୍ଣ ରାସ୍ତାଟି ଯୋଗୁଁ ବର୍ଷ ତମାମ ଏହି ରାସ୍ତାରେ ଯାତାୟତ କରୁଥିବା ଶହଶହ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖ୍ଖିନ ହେଉଥିବା ବେଳେ ବର୍ଷା ଦିନରେ ଆଣ୍ଠୁଏଁ ଲେଖାଏଁ କାଦୁଅ ଓ ବର୍ଷାଜଳରେ ପରିପୂର୍ଣ୍ଣ ରାସ୍ତାଟି ଅତି ଦୟନୀୟ ଅବସ୍ଥାରେ ରହିଥାଏ।ଏଥିରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଓ ସ୍କୁଲ ଛାତ୍ରଛାତ୍ରୀ’ଙ୍କ ଯିବା ଆସିବା ତଥା ସାଧାରଣ ଲୋକଙ୍କ ଯାନବାହନ ସହିତ ପ୍ରସୁତୀ ତଥା ଗୁରୁତର ରୋଗୀଙ୍କ ପାଇଁ ଉଦ୍ଧିଷ୍ଠ ଜରୁରୀ କାଳୀନ ସେବା ଯୋଗାଉଥିବା ଆମ୍ବୁଲ୍ୟାନ୍ସ ମଧ୍ୟ ଆସିପାରେ ନାହିଁ।ଏନେଇ ଗ୍ରାମପଞ୍ଚାୟତ,ବ୍ଲକ୍ ପ୍ରଶାସନ ତଥା ଜନପ୍ରତିନିଧି’ଙ୍କ ନିକଟରେ ବାରମ୍ବାର ଅଭିଯୋଗ ସତ୍ବେ ବର୍ତ୍ତମାନ ସୁଦ୍ଧା ରାସ୍ତାର ମରାମତି କାର୍ଯ୍ୟ ହୋଇପାରି ନାହିଁ।ଏପରିକି ଗାଁ ଦାଣ୍ଡ ରାସ୍ତା ମଧ୍ୟ ଶୋଚନୀୟ ଅବସ୍ଥାରେ ରହିଥିବା ଦେଖିବାକୁ ମିଳଛି।ଶତ ଚେଷ୍ଟା ସତ୍ବେ ନିରାଶ ହୋଇ ଶେଷରେ ନିଜେ ଶ୍ରମଦାନ କରି ଟ୍ରାକ୍ଟର ଦ୍ବାରା ମାଟି ପକାଇ ରାସ୍ତା ମରାମତି କରିଛନ୍ତି ଖିଜରୀ ତାଣ୍ଡି ଗ୍ରାମବାସୀ।ଯାତାୟତ ସୁବିଧା ପରି ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ଖିଜରୀ ତାଣ୍ଡି,ଶଶ ଓ ଆଖପାଖ ଗ୍ରାମବାସୀଙ୍କ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ପ୍ରଶାସନ ପକ୍ଷରୁ କଂକ୍ରିଟ କିମ୍ବା ପକ୍କା ରାସ୍ତା ନିର୍ମାଣ କରାଯିବାକୁ ସାଧାରଣରେ ଦାବି ହେଉଛି ନଚେତ ଆସନ୍ତା ନିର୍ବାନରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ଖିଜରୀ ତାଣ୍ଡି ଓ ଶଶ ଗ୍ରାମବାସୀ।