ବିବାହିତ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଲୁପୁଙ୍ଗ ଗ୍ରାମର ଜନୈକ ବିବାହିତ ଯୁବତୀଙ୍କ ମୃତ ଦେହ ଲୁପୁଙ୍ଗ ଗ୍ରାମ ନିକଟସ୍ଥ ମାଝୀ ବନ୍ଧ ହୁଡି ନିକଟରୁ ତିରିଂ ଥାନା ପୋଲିସ ଦ୍ବାରା ଉଦ୍ଧାର ହୋଇଛି।
ଆଜି ସକାଳୁ ଲୁପୁଙ୍ଗ ଗ୍ରାମ ନିକଟରେ ଜନୈକ ଯୁବତୀଙ୍କ ମୃତ ଦେହ ପଡିଥିବା ଖବର ପାଇ ତିରିଂ’ ଥାନା ପୋଲିସ ସଦଳବଳ ଘଟଣା ସ୍ଥଳକୁ ପହଞ୍ଚି ଥିଲେ।ତେବେ ତିରିଂ’ଥାନା ପୋଲିସ ପହଞ୍ଚି ଲୁପୁଙ୍ଗ ଗ୍ରାମ ନିକଟସ୍ଥ ମାଝୀ ବନ୍ଧ ନିକଟ ହୁଡି ବୁଦାରେ ମୃତକକୁ ଚିତ୍ ହୋଇ ମରିପଡିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ।ତିରିଂ ଥାନା ପୋଲିସ୍ ଦ୍ବାରା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଏହା ବିଷ ପାନ ଜନିତ ଆତ୍ମହତ୍ୟା ଘଟଣା ହୋଇଥିବା ସନ୍ଦେହ କରାଯାଉଥିଲା ବେଳେ ମୃତକଙ୍କ ଶରିରର ବିଭିନ୍ନ ସ୍ଥାନରେ କ୍ଷତ ଥିବାରୁ ଏହା ଏକ ହତ୍ୟାକାଣ୍ଡ ଜନିତ ଘଟଣା ହୋଇଥିବା ନେଇ ସନ୍ଦେହ କରାଯାଉଛି।ତେବେ ମୃତକ ମୀନୁ ମାର୍ଣ୍ଡି/ଟୁଡୁ (୧୮) ତିରିଂ’ଥାନା ଅନ୍ତର୍ଗତ ଭୋଳାଗାଡିଆ ଗ୍ରାମର ବାସିନ୍ଦା ହୋଇଥିଲା ବେଳେ ସେ ନିକଟସ୍ଥ ଲୁପୁଙ୍ଗ ଗ୍ରାମର ଦାସମାତ ଟୁଡୁ’ଙ୍କ ସହିତ ନିକଟରେ ପ୍ରେମ ବିବାହ କରି ଦାସମାତଙ୍କ ଘରକୁ ଆସିଥିଲେ।ବିବାହର କେଇଦିନ ମଧ୍ୟରେ ଯୁବତୀଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।ତେବେ ସନ୍ଦେହରେ ଯୁବତୀ’ଙ୍କ ସ୍ବାମୀ ଦାସମାତଙ୍କୁ ତିରିଂ ଥାନା ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିଲା ବେଳ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣାର ସତ୍ୟାସତ୍ୟ ଜଣା ପଡିବ ବୋଲି ତିରିଂ’ଥାନା ପୋଲିସ ସୂଚନା ଦେଇଛନ୍ତି। ତିରିଂ ଥାନା ରୁ ଏଏସଆଇ ଦିନବନ୍ଧୁ ନାୟକ,ଏଏସଆଇ ଏନକେ ଭଲ୍ଲୁକ ଓ ଝରାଡିହି ଫାଣ୍ଡି ଅଧିକାରୀ ଏଏସ୍ଆଇ ସତ୍ୟବାନ ଗିରି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି।