କନିଷ୍ଟ ଯନ୍ତ୍ରୀ ନେଉଚନ୍ତି ଦଶ ପ୍ରତିଶତ ପିସି

କୁକୁଡାଖଣ୍ଡି,,(ହିମାଂଶୁ ପାଢ଼ୀ):ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକରେ ଦିନକୁ ଦିନ ଦୁର୍ନୀତିର ତାଲିକା ବଢ଼ିବାରେ ଲାଗିଚି ଓ ଯାହାର ମୁଖ୍ୟ ଷଡଯନ୍ତ୍ର କାରି ସାଯୁଚନ୍ତି ଖୋଦ ବ୍ଲକର କନିଷ୍ଟ ଯନ୍ତ୍ରୀ ଏ ବାବଦୀୟ ଅଭିଯୋଗ ବାରମ୍ବାର ହୋଇ ଆସୁଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କାର୍ଯ୍ୟ|ନୁଷ୍ଠାନତ ଦୂରର କଥା କୌଣସି ପ୍ରକାର ତପ୍ତରତା ମଧ୍ୟ ଦେଖିବାକୁ ମିଳୁନାହିଁ ଓ ଏ ବାବଦରେ ଏକ ଅଭିଯୋଗ ସାମ୍ନାକୁ ଆଣିଚନ୍ତି ବ୍ଲକ ଅନ୍ତର୍ଗତ ୧୦ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଏଲ.ମୋହନ ଦାସ ତାଙ୍କ ଅଭିଯୋଗ ମୁତାବକ ସେ ନିଜ ଜିଲ୍ଲା ପରିଷଦ ପାଣ୍ଠିରୁ ତିନି ଲକ୍ଷ୍ୟ ଟଙ୍କା ଗୁରୁଣ୍ଠି ଗ୍ରାମ ଦଣ୍ଡ ପାଟଣା ସାହିରେ ଫେବାର ରାସ୍ତା ନିର୍ମାଣ ପାଇଁ ପ୍ରଦାନ କରିଥିଲେ ଓ କନିଷ୍ଟ ଯନ୍ତ୍ରୀ କୈଳାଶ ପାତ୍ରଙ୍କ ନାମରେ କାର୍ଯ୍ୟ|ଦେଶ ଥିବାବେଳେ ଉକ୍ତ ଗ୍ରାମର ଟି.ଫକୀର ପାତ୍ରଙ୍କୁ କୁଆଡେ କାର୍ଯ୍ୟ ଦେଖାଶୁଣା କରିବା ଦାୟିତ୍ୱ ଦେଇଥିଲେ ଓ କାର୍ଯ୍ୟ ଶେଷ ହେବାପରେ ବିଲ ହୋଇଥିବା ଅର୍ଥ ରାଶିରୁ ୧୮ହଜାର ଟଙ୍କା ସିକୁରିଟି ଡିପୋଜିଟ ଏବଂ ସିଧାସଳଖ ତିରିଶି ହଜାର ଟଙ୍କା କମିଶନ ଆକାରରେ କନିଷ୍ଟ ଯନ୍ତ୍ରୀ ଶ୍ରୀ ପାତ୍ର ନେଇଥିବା ଅଭିଯୋଗ କରିଚନ୍ତି ଜିଲ୍ଲା ପରିଷଦ ସଦସ୍ୟ | କାହିଁକି ଏଇ ପଇସା କାଟୁଚନ୍ତି ବୋଲି ପ୍ରଶ୍ନ କରିବାରୁ ଆପଣ ଜାଣିଚନ୍ତି ଏ ପଇସା କେବଳ ମୋର ନୁହଁ ବ୍ଲକର ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ଏଥିରେ ଭାଗିଦାର ଅଚନ୍ତି ବୋଲି କୁଆଡେ କହିଚନ୍ତି କନିଷ୍ଟ ଯନ୍ତ୍ରି ଓ  ନିଜ ହାତ ଲେଖା କାଗଜରେ ସିଧାସଳଖ ହିସାବ ଲେଖି ବକେୟା ୭୮ ହଜାର ଟଙ୍କାର ଚେକ  ଧରେଇ ଦେଇଥିଲେ | ଏ ନେଇ ଜିଲ୍ଲା ପରିଷଦ ସଦସ୍ୟ ଅଭିଯୋଗ କରିବା ସହ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି କରିଚନ୍ତି ଏବଂ ବ୍ଲକର ଅନ୍ୟାନ୍ୟ ବିଭାଗ ମଧ୍ୟ ସମ୍ପୂର୍ଣ ରୂପରେ ଦୁର୍ନୀତିରେ ଜଡିତ ତେଣୁ ନିରପେକ୍ଷ ତଦନ୍ତ କରି ଦୃଢ଼ କାର୍ଯ୍ୟ|ନୁଷ୍ଠାନ ନେବାପାଇଁ ଦାବି କରିଚନ୍ତି ଶ୍ରୀ ଦାସ ଓ ଯଦି ଆଗାମୀ ଦିନରେ ବ୍ଲକ ପ୍ରଶାସନ କୌଣସି ପ୍ରକାର କାର୍ଯ୍ୟ|ନୁଷ୍ଠାନ ନନେଇ ପିସି କାରବାର ଚାଲୁ ରଖେ ତାହାଲେ ବ୍ଲକ ଘେରାଉ ସହ ରାଜରାସ୍ତା ଅବରୋଧ କରାଯାଇ ପ୍ରତିବାଦ କରାଯିବ ବୋଲି କହିଚନ୍ତି ଓ ଏ ବାବଦରେ ବ୍ଲକର କନିଷ୍ଟ ଯନ୍ତ୍ରୀ ମୁ କୌଣସି ପ୍ରକାର ପିସି କାରବାର କରିନାହିଁ ବୋଲି କହିବା ସହ ମୁ କିଛି ହିସାବ ରଖିଚି ବୋଲି କହିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ