“ଜପା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା “
ଏରସମା, (ଓ୍ବାଇଏନ୍ଏସ୍):ଏରସମା ତହସିଲ ଅଧୀନରେ ଥିବା ଜପା ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟରେ ଦୀର୍ଘ ଦିନ ହେବ ତାଲା ଝୁଲିଆସୁଛି l ଏହି କାର୍ଯ୍ୟାଳୟ ଅଧୀନରେ ଆସୁଥିବା ଅନେକ ଗ୍ରାମର ଲୋକ ନିଜ ନିଜର କାର୍ଯ୍ୟ ପାଇଁ ଆସୁଥିଲେ ମଧ୍ୟ ତାଲା ଝୁଲୁ ଥିବା ଦେଖି ଫେରି ଯାଉଥିଲେ ମଧ୍ୟ ଏ ନେଇ ପ୍ରଶାସନ ନିଦ ଭାଙ୍ଗୁନାହିଁ କାହିଁକି? ରାଜସ୍ବ ନିରୀକ୍ଷକ ଙ୍କ ଅନୁପସ୍ଥିତ ରହିବା ଓ ଅଫିସ ରେ ତାଲା ଝୁଲିବା କଥା ଯଦି ପ୍ରଶାସନ ଅବଗତ ଅଛି ତେବେ, ସାଧାରଣ ରେ ପ୍ରଶ୍ନ ଏହା ବନ୍ଦ ରହୁଛି କଣ ପାଇଁ? ଏହି କାର୍ଯ୍ୟାଳୟ ଅଧୀନରେ ଆସୁଥିବା ଅନେକ ଗାଁ ଗୁଡ଼ିକ ମଧ୍ୟ ରୁ ଦାସମଠ, ଦହିବର, ଖୋଳପ, ଝାଟିବାରି, ସୁନାଡିଆ, କୋଚିଳାବେଦି, ଧୋବେଇ, ଵୋତି ଗାଁ, ବର୍ତ୍ତଳ, ଅଚ୍ୟୁତଦାସପୁର, ଇରିବେନl, ଜପା ଆଦି ଅନେକ ଗ୍ରାମ ର ଲୋକେ ଦୈନିକ ଅଫିସ ଆସି ଫେରୁଥିବା ବେଳେ, ନିରୀକ୍ଷକ ବାବୁ ଙ୍କ କିନ୍ତୁ ଦେଖା ନାହି l ପ୍ରତେକ ଦିନ ସାଧାରଣ ଜନତା ତାଲାକୁ ଦେଖି ଫେରିଥିବା ବେଳେ, ଏହାକୁ ନେଇ ଏରସମା ସଚେତନ ନାଗରିକ ମଞ୍ଚର ସଭାପତି ପ୍ରବୀର ପଣ୍ଡା ଓ ସମ୍ପାଦକ ଜ୍ଞାନରଞ୍ଜନ ଦାସ ନିଜ ମତ ପ୍ରକାଶ କରି କହିଛନ୍ତି, ଯେ ଆମ ସଂଗଠନ ଅନ୍ୟାୟ , ଅତ୍ୟାଚାର ବିରୁଦ୍ଧରେ ଓ ସମାଜ ମଙ୍ଗଳ କାର୍ଯ୍ୟ ରେ ନିୟୋଜିତ ରହିଛି l ଯଦି ଏହାର ତୁରନ୍ତ ସମାଧାନ କରା ନ ଯାଏ ତେବେ ସଚେତନ ନାଗରିକ ମଞ୍ଚ ର ସମସ୍ତ ସଭ୍ୟ ଏବଂ ଅନେକ ଗ୍ରାମ ର ଶତାଧିକ ଲୋକ ତହସିଲ ଅଫିସ ସମୁଖରେ ଧାରଣା ଦେବେ ବୋଲି ମତ ପ୍ରକାଶ କରିଛନ୍ତି l ତେବେ ଦେଖିବାକୁ ବାକି ରହିଲା ଯେ କେବେ ପ୍ରଶାସନ ର ନିଦ ଭାଙ୍ଗୁଛି ଓ ସାଧାରଣ ଲୋକ ଙ୍କ ଅସୁବିଧା କେବେ ଦୂର ହେଉଛି l


