ଶୋଇଛି ମଣିଜଙ୍ଗା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ୧୦୮ ଆମ୍ବୁଲାନ୍ସ ସେବା

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ସରକାରଙ୍କ ଏ ଯୋଜନା ଯୁଗରେ ଜନ୍ମଠାରୁ ମୃତ୍ୟୁ ପର୍ଯନ୍ତ ଅନେକ ଯୋଜନା ଚାଲୁଥିବା ବେଳେ ଗରିବ ଅସହାୟ ଠାରୁ ଆରମ୍ଭ କରି ସମସ୍ତ ଲୋକ ରୋଗ ବୈରାଗ ସମୟରେ କିଭଳି ମାଗଣାରେ ଡାକ୍ତରଖାନା ପର୍ଯ୍ୟନ୍ତ ଯାଇ ସ୍ୱାସ୍ଥ୍ୟସେବା ସେଥିଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଭାରତସରକାର ଓ ଓଡିଶା ସରକାର ଙ୍କ ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଆମ୍ବୁଲାନ୍ସ ସେବା ଅବା ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଥିଲା | କିନ୍ତୁ ସେହି ସେବା ଯୋଗାଉ ଥିବା ଗାଡି ଏବେ ଖରାପ ହୋଇ ମେଡିକାଲ ପରିସରରେ ପଡିରହିଥିବା ବେଳେ ସାଧାରଣ ଲୋକ ଅସହାୟ ରୋଗୀ ଏହି ସେବା ପାଇବାରୁ ବଞ୍ଚିତ ହେଉଛନ୍ତି | ଖାଲି ମଣିଜଙ୍ଗା ନୁହେଁ କୁଜଙ୍ଗ ମେଡିକାଲ ଅଧୀନରେ ଥିବା ୧୦୮ ଆମ୍ବୁଲାନ୍ସ ମଧ୍ୟ ଦୀର୍ଘ ଦିନ ହେବ ଖରାପ ହୋଇ ମେଡିକାଲ ପରିସରରେ ଖତ ଖାଉଛି |ଏଠି ପ୍ରଶ୍ନ ଉଠୁଛି ସରକାର କରିଥିବା ଏ ଯୋଜନା ଜଗତସିଂହପୁର ଜିଲ୍ଲାରେ ବାଟବଣା ହେଉନିତ ତେବେ ଯଦି ଯୋଜନା ସଫଳ ହେଉଛି ଏଠି ୨ ଗୋଟି ମେଡିକାଲ ରେ ୩ ଟି ଆମ୍ବୁଲାନ୍ସ କାହିଁକି ଖତ ଖାଉଛି ଏ ନେଇ ମେଡିକାଲ କାହିଁକି ଚୁପ ବସିଛନ୍ତି |ସେବାରୁ ନିବୃତ ରହି ଆମ୍ବୁଲାନ୍ସ ଖତ ଖାଉଛି ଅନ୍ୟପଟେ ରୋଗୀ ଆମ୍ବୁଲାନ୍ସ କୁ ଅପେକ୍ଷା କରି ଗାଡି ଭଡା କରି ଡାକ୍ତରଖାନା ଯାଉଥିବା ଦେଖିବାକୁ ମିଳୁଛି |ଏହି ଆମ୍ବୁଲାନ୍ସ ଗୁଡିକୁ କାମରେ ଲଗାଇବାକୁ ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ପକ୍ଷରୁ ଦାବି ହେଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ