ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ଅଜୟ ଘୋଷ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ରାଇରଙ୍ଗପୁର ଆଜି ପବିତ୍ର ଗୁରୁ ଦିବସ । ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର,ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ କରୋନାର କରାଳ କବଳରେ ମଣିଷ ସମାଜ ଡହଳ ବିକଳ ହେଉଛନ୍ତି । ଶିଳ୍ପ, ବାଣିଜ୍ୟ, ଶିକ୍ଷା ନୁଷ୍ଠାନ ସବୁ ଠପ୍ ।ଜୀବନ ଓ ଜୀବିକାର ଆଜି ସଂକଟରେ । ଏହି କରୋନା ପ୍ରଭାବ ସବୁଠାରେ ପଡିଛି ମଣିଷ ତିଆରି କାରଖାନାରେ । ଦିର୍ଘ ୭ ମାସରୁ ଉର୍ଦ୍ଧ୍ବ ଶିକ୍ଷାନୁଷ୍ଠାନ ବନ୍ଦ । ଗୁରୁ ଓ ଛାତ୍ର ମଧ୍ୟରେ ବିରାଟ ପାଚେରୀ ହୋଇ ଠିଆ ହୋଇଛି କରୋନା । ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ସରକାର ଚିନ୍ତିତ । କିଛି ବି ବିକଳ୍ପ ଆଜିଯାଏଁ ବାହାରିଲା ନାହିଁ । ଶିକ୍ଷକ ଓ ଛାତ୍ରଛାତ୍ରୀ ପରସ୍ପରକୁ ଝୁରି ହେଉଛନ୍ତି । ଆଜି ଏହି ପବିତ୍ର ଗୁରୁଦିବସରେ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜନ୍ମ ଦିନକୁ ଶିକ୍ଷା ଅନୁଷ୍ଠାନରେ ଗୁରୁ ଦିବସ ପାଳନ କରାଯାଏ । ଛାତ୍ର ଛାତ୍ରୀ ସେମାନଙ୍କର ପ୍ରିୟ ଗୁରୁଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ ଭିକ୍ଷା ନିଅନ୍ତି । କିନ୍ତୁ କରୋନା ରାକ୍ଷସ ଯୋଗୁଁ ଆଜି ଶିକ୍ଷକ ଓ ଛାତ୍ର ଦୂରରେ । ତେଣୁ ଏହାକୁ ନେଇ ରାଇରଙ୍ଗପୁର ଅଞ୍ଚଳରେ କାର୍ଯ୍ୟରତ ଶିକ୍ଷକ ଆନ୍ତର୍ଜାତିକ ବାଲୁକାଶିଳ୍ପୀ ଅଜୟ ଘୋଷ ଏକ ନିଆରା ଢଙ୍ଗରେ ରାଇରଙ୍ଗପୁର ଉପଖଣ୍ଡ ଗୋଲେଇ ଛକରେ ବାଲୁକା କଳା ମାଧ୍ୟମରେ ନିଆରା ଢଙ୍ଗରେ ସ୍ମରଣୀୟ ଗୁରୁ ଦିବସ ପାଳନ କରିଛନ୍ତି । ଏହି କଳା କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଫିତା କାଟି ଉଦଘାଟନ କରିଥିଲେ ପରେ ସମସ୍ତେ ପୁଷ୍ପ ଦେଇ ପ୍ରଖ୍ଯାତ ଶିକ୍ଷାବିତ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବାଲୁକା ଶିଳ୍ପୀ ଅଜୟ ଘୋଷ କହିଛନ୍ତି ସେ ଆଜି ଏହି ବାଲୁକା କଳା ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଖରେ ଛାପା , ବୈଦ୍ୟୁତିକ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ଗୁରୁଦିବସରେ ଗୁରୁ ଓ ଛାତ୍ର ମାଧ୍ୟମରେ ସଂପର୍କ ଯୋଡ଼ିଛନ୍ତି । ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା କରୋନାରେ ପିଲାମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଏବଂ ନିଜ ପ୍ରଚେଷ୍ଟାରେ ଅଧ୍ୟୟନ ଚାଲୁ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ପିଲାମାନେ ନିଜର ଜୀବନକୁ ସୁରକ୍ଷା କରନ୍ତୁ । କରୋନାଠାରୁ ଆହୁରି ଭୟଙ୍କର ବିପଦ ଆସିଲେ ମଧ୍ୟ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ସଂପର୍କ ଡୋରୀକୁ କେବେ ବି ଛିଡାଇ ପାରିବ ନାହିଁ । ସାଂପ୍ରତିକ କରୋନା କଟକଣା ଯୋଗୁଁ ଗୁରୁ ଯେତେ ଦୂରରେ ଥିଲେ ମଧ୍ୟ ତାଙ୍କର ଆଶୀର୍ବାଦ ସଦାସର୍ବଦା ଶିଷ୍ୟ ମାନଙ୍କ ଉପରେ ଅଜାଡି ହୋଇ ପଡିବ ! ସୁରକ୍ଷାର ଓ ଜୀବନ ଗଠନର କବଚ ହେଉଛନ୍ତି ଗୁରୁ । ତେଣୁ ଗୁରୁଙ୍କୁ ନ ମଣିବା ହୀନ,ଗୁରୁ ଯେ ଦେବତା ସମାନ ।ଏହି ପବିତ୍ର କାର୍ଯ୍ୟକ୍ରମରେ ଶିକ୍ଷକ ଅଜିତ ମଣ୍ଡଳ, ଶିକ୍ଷକ ରଂଜନ ନନ୍ଦ, ଅଧ୍ୟାପକ ବିଜୟ ରାମ , ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ