ଗୁରୁଙ୍କ ଅବଦାନ ସର୍ବଦା ଅବିସ୍ମରଣୀୟ

ବ୍ରହ୍ମପୁର, (ୱାଇଏନ୍ଏସ୍): ଜାତୀୟ ଗୁରୁଦିବସ ଭାବେ ନିର୍ଦ୍ଧାରଣ କରିବା ପଛରେ ସାର୍‌ ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଅବଦାନ ଅବିସ୍ମରଣୀୟ | ସାର୍‌ ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଶିଶୁ ମାନଙ୍କୁ ବହୁତ ସ୍ନେହ,ଶ୍ରଦ୍ଧା,ଓ ଭଲ ପାଉଥିଲେ ଶିଶୁ ମାନେ ମଧ୍ୟ ତାଙ୍କୁ ବହୁତ ଆଦର ଓ ସନ୍ନମାନ ଦେଉଥିଲେ | ଏହାପରେ ସେ ଭାରତର ରାଷ୍ଟ୍ରପତି ପଦ ମଣ୍ଡନ କରିବା ଅବସରରେ ତାଙ୍କର କେତକ ଶୁଭ ଚିନ୍ତକ ବନ୍ଧୁ ଓ ପୁରାତନ ଛାତ୍ର ତାଙ୍କ ଜନ୍ମଦିନକୁ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ | ଏହି ଦିନକୁ ଗୁରୁଦିବସ ଭାବେ ସମଗ୍ର ଭାରତବର୍ଷରେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ସେପ୍ଟେମ୍ବର ୫ ତାରିଖ ୧୯୬୨ ମସିହା ଠାରୁ ତାଙ୍କର ପବିତ୍ର ଜନ୍ମଦିବସକୁ ‘ଗୁରୁ ଦିବସ’ ଭାବରେ ଜାତୀୟସ୍ତରରେ ପାଳନ କରିବା ପାଇଁ ଭାରତ ସରକାର ଘୋଷଣା କରିଥିଲେ । ପ୍ରାଚୀନ ଗୁରୁକୁଳର ଶିକ୍ଷା ପଦ୍ଧତି ସାଙ୍ଗକୁ ଏବେ ବଦଳି ଯାଇଛି ଗୁରୁଙ୍କ ସଂଜ୍ଞା, ତା’ ସହିତ ବଦଳିଛି ଗୁରୁ-ଶିଷ୍ୟ ଓ ଅଭିଭାବକଙ୍କ ମାନସିକତା ଗୁରୁଙ୍କ ପାଖରୁ ସେବା, ନିଷ୍ଠା, ତ୍ୟାଗ ଓ ନୀତି ଆଦର୍ଶ ପରି ମହତ୍ ଗୁଣ ଯେପରି ଦୂରେଇ ଯାଉଛି । ଦୁନିଆରେ ଶିକ୍ଷକ ବୃତ୍ତି ଆପଣେଇବା ପାଇଁ ମେଧାବୀ ଛାତ୍ରମାନେ ଆଗଭର ହେଉ ନାହାନ୍ତି । ଶିକ୍ଷାର ଅଭାବ କାରଣରୁ ଗୁରୁ ନିଜେ ମଧ୍ୟ ସମ୍ମାନ ପାଇବାରୁ ବଞ୍ଚିତ। ନିଜ କାର୍ଯ୍ୟପାଇଁ କେବେ ଶିକ୍ଷକ ନିନ୍ଦିତ ହେଉଛନ୍ତି ତ କେବେ ଛାତ୍ରଛାତ୍ରୀ । ଫଳରେ ଶିକ୍ଷା କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବାରେ ଲାଗିଛି । ଏହା ଏକ ଲଜ୍ଜାକର ବିଷୟ । ଏହି ନୈରାଶ୍ୟ ଅବସ୍ଥାରୁ ବର୍ତ୍ତିବାକୁ ହେଲେ ଆମେ ଭାରତୀୟ ନାଗରିକ ଗୁରୁଦିବସର ମହତ୍ତ୍ବ ଓ ଉଦ୍ଦେଶ୍ୟକୁ ଫଳବତୀ କରିବାକୁ ପଡ଼ିବ । ପ୍ରତ୍ୟେକ ଛାତ୍ରଛାତ୍ରୀ ଶିକ୍ଷକ,ଅଭିଭାବକ,ଗୁରୁଙ୍କ ମଧ୍ୟରେ ଈଶ୍ୱରଙ୍କ ସତ୍ତାକୁ ଅନୁଭବ କରି କାର୍ଯ୍ୟରେ ଲଗାଇ ପାରିଲେ ଜୀବନରେ ସଫଳତା ନିଶ୍ଚିତ ପାଇପାରିବେ ପ୍ରତ୍ୟକ ଛାତ୍ରଛାତ୍ରୀ | ଏହା ହିଁ ହେଉ ଆଜିର ଗୁରୁଦିବସର ଅନୁଚିନ୍ତା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ