ସୁଶାନ୍ତ ସିଂହ ରାଜପୁତଙ୍କ ଗୃହରକ୍ଷୀ ଗିରଫ

ମୁମ୍ବଇ :  ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ନିଶା କାରବାର ମାମଲାରେ ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗୃହରକ୍ଷୀ ଦୀପେଶ ସାୱନ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ଏନସିବି  ଶନିବାର ସାରାଦିନ ଆକ୍ସନ୍ ମୋଡ୍ ରେ କାର୍ଯ୍ୟ କରିବା ପରେ ଏକ ବଡ ପଦକ୍ଷେପ ନେଇଛି।  ଅଭିନେତା ସୁଶାନ୍ତଙ୍କ ଗୃହରକ୍ଷୀ ଦୀପେଶ ସାୱନ୍ତଙ୍କୁ ଏନସିବି ଆଜି ଗିରଫ କରିଛି। ସୂଚନା ଯୋଗ୍ୟ, ଯେ ଏନସିବି ଦୀପେଶ ସାୱନ୍ତଙ୍କ ଠାରୁ ହିଁ ପ୍ରଥମ ଅନୁସନ୍ଧାନ ଆରମ୍ଭ କରିଥିଲା। କିନ୍ତୁ ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଛି। ଏନସିବି ଅଧିକାରୀ ମୁଥା ଅଶୋକ ଜୈନ କହିଛନ୍ତି ଯେ ଦୀପେଶଙ୍କ ସହ ରିୟା ଏବଂ ଶୋଭିକ୍ ମୁହାଁମୁହିଁ ଜେରା କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ