କରୋନାରେ ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୃତ 

ଗାଙ୍ଗପୁର,(ସନ୍ତୋଷ ବିଶୋଇ): ଗଞ୍ଜାମ ଜିଲ୍ଲାରେ କରୋନାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ କରୋନାରେ ଜଣେ ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମୃତ୍ୟୁ ଘଟିଛି I ବେଲଗୁଣ୍ଠା ବ୍ଲକ୍ କରୋନା ନିୟନ୍ତ୍ରଣାଧୀନ ହୋଇଥିବା ବେଳେ ଆକ୍ଟିଭ କେସ୍ ପ୍ରାୟ ନାହିଁ କହିଲେ ଚଳେ I ରାଜ୍ୟରେ ବେଲଗୁଣ୍ଠା ବ୍ଲକ୍ ଆର୍ଟିପିସିଆର ଓ ଆଣ୍ଟିଜେନ୍ ଟେଷ୍ଟରେ ରେକର୍ଡ଼ ସୃଷ୍ଟି କରିଛି | ଆଜି ସୁଦ୍ଧା ବେଲଗୁଣ୍ଠା ବ୍ଲକ୍ ର ୧୮ ଟି ପଞ୍ଚାୟତ ଓ ଏନଏସିରେ ୧୪୮୭  ଅର୍ଟିପିସିଆର୍ ଟେଷ୍ଟ କରାଯାଇଥିବା ବେଳେ ୨୧୭୪୬ ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି | ସେଥି ମଧ୍ୟରୁ ୮୯୮ ଜଣ ପଜେଟିଭ ଚିହ୍ନଟ ହୋଇଥିଲେ | ସେଥି ମଧ୍ୟରୁ କୋଭିଡରେ ୧୯ ଜଣଙ୍କ ପ୍ରାଣହାନୀ ଘଟିଛି ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଲେଣି କୋଭିଡ ଲକ୍ଷଣ ଥାଇ ପରୀକ୍ଷା ନ କରାଇ ବେଲଗୁଣ୍ଠା ବ୍ଲକ୍ ରେ୧୦୬ ଜଣଙ୍କ ମୃତ୍ୟୁ ଘଟିଥିବା ଏକ ଆକଳନରୁ ଜଣା ପଡିଛି | ବେଲଗୁଣ୍ଠା ବ୍ଲକ୍କ୍ଷତ୍ରିୟବରପୁର ପଞ୍ଚାୟତର ହରିହର ସାହିର ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ନାଇକ ( ୬୨ ) ଙ୍କ ଆଜି ବ୍ରହ୍ମପୁର ସ୍ଥିତ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଭୋର୍ ୩ ଘଣ୍ଟ ୫୦ ମିନିଟ୍ ସମୟରେ ମୃତ୍ୟୁ ଘଟିଛି | ସ୍ଵର୍ଗତ ନାଇକ ଗତ ଅଗଷ୍ଟ ମାସ ୨୬ ତାରିଖରେ ଥଣ୍ଡା ଜ୍ଵର ହେବାରୁ କ୍ଷତ୍ରିୟବରପୁର ଏକ କ୍ୱାକ୍ ଡାକ୍ତରଙ୍କୁ ଦେଖାଇଥିଲେ ସେ ପ୍ରାଥମିକ ଚିକିତ୍ସା କରିବା ପରେ କୋଭିଡ ପରୀକ୍ଷା କରାଇବା ପାଇଁ ପରାମର୍ଶ ଦେଇଥିଲେ | ଭଞ୍ଜନଗରରେ କୋଭିଡ ପରୀକ୍ଷା କରାଇବା ପରେ ରିପୋର୍ଟ୍ ପଜେଟିଭ ଆସିଥିଲା ସେ ଭଞ୍ଜନଗର କୋଭିଡ ହସ୍ପିଟାଲରେ ଦୁଇ ଦିନ ରହିବା ପରେ ସ୍ଵାସ୍ଥ୍ୟରେ ଅବନତି ଘଟିଥିଲା | ତାଙ୍କୁ ବ୍ରହ୍ମପୁର ସ୍ଥିତ ଶୀତଳାପଲ୍ଲୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ୩ ଘଣ୍ଟ ୫୦ ମିନିଟ୍ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା | ପ୍ରଶାସନ ତରଫରୁ ତାଙ୍କ ପରିବାରକୁ ଖବର ଦେବା ପରେ ଶବ ସଂସ୍କାର କରାଯାଇଥିଲା ସେ ଆସ୍କା ଓ ସୋରଡାରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରି ଦୁଇ ବର୍ଷ ତଳେ ଅବସର ଗ୍ରହଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ