ଶରୀରରେ ପେଜ ପଡି ବୃଦ୍ଧା ଗୁରୁତର

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍) : ବୃଦ୍ଧାଙ୍କ ଶରୀରରେ ପେଜ ପଡି ବୃଦ୍ଧା ଜଣକ ଗୁରୁତର ଆହାତ ହୋଇଥିବା ଜଣାପଡିଛି ।ଆହାତ ବୃଦ୍ଧା ଜଣକ ପରିଚୟ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ରୁଆସିଂ ଗ୍ରାମର ସ୍ୱର୍ଗତ ନରେନ୍ଦ୍ର ନାୟକଙ୍କ ପତ୍ନୀ ମାଳତୀ ନାୟକ (୬୦) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସେ ରୋଷେଇ ସାରି ପେଜ ଗାଳୁଥିବା ସମୟରେ ଅସାବଧାନତା କାରଣରୁ ଶରୀର ଉପରେ ପଡିଯାଇଥିଲା । ହାତ ଓ ମୁହଁ ପୋଡି ଯାଇଥିବା ଜଣାପଡିଛି । ଆହାତ ବୃଦ୍ଧା ଜଣଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ