ଶେରଗଡ ପୋଲିସ ପକ୍ଷରୁ ମୃତ ଗୃହରକ୍ଷୀ ଙ୍କୁ ଗାର୍ଡ ଅଫ ଅନର ପ୍ରଦାନ

ଶେରଗଡ଼,(ବିଭୁ ପ୍ରସାଦ ଦାସ):ଶେରଗଡ ବ୍ଳକ ଅନ୍ତର୍ଗତ ସୁନାନ୍ତର ଗ୍ରାମର ବନବାସ ମାହାରଣା ଗତ ଶନିବାର ମାଥିଲି ଥାନା ନୂଆଁଗଡ ଗ୍ରାମରେ ଗଞ୍ଜେଇ ମାଫିଆଙ୍କ ଦ୍ଵାରା ନିର୍ମମ ଭାବେ ହତ୍ୟା ର ଶିକାର ହୋଇଥିଲେ ଏହା ପରେ ମାଥିଲି ଥାନା ପକ୍ଷରୁ ମରଶରୀର କୁ ବ୍ଯବଛେଦ କରାଯାଇ ମରଶରୀର କୁ ନିଜ ଗ୍ରାମ ସୁନାନ୍ତର କୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ ଏହି ସମୟରେ ଶେରଗଡ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦେବା ପାଇଁ ସ୍ଥିରିକୃତ ହୋଇଥିଲା ।ଶେରଗଡ ଥାନା ପକ୍ଷରୁ ଉକ୍ତ ଆମ୍ବୁଲାନ୍ସ କୁ ଶେରଗଡ ପେଟ୍ରୋଲ ପମ୍ପ ଠାରୁ ପାଛୋଟି ସୁନାନ୍ତର ଗ୍ରାମକୁ ନିଆଯାଇଥିଲା ସେଠାରେ ଥାନାଅଧିକାରୀ ରମେଶ ଚନ୍ଦ୍ର ଦାସ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ଏବଂ ଶେରଗଡ ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ଏସଆଇ ବିଦେଶୀ ସେଠୀ,ଏଏସଆଇ ବିଷ୍ଣୁ ପ୍ରସାଦ ଦାଶ ସମେତ ସମସ୍ତ ପୋଲିସ ଓ ହୋମଗାର୍ଡ ମାନେ ସାମିଲ ଥିଲେ ପରେ ପାର୍ଥିବ ଶରୀର କୁ ଗ୍ରାମ ପରିକ୍ରମା କରି ସୁନାନ୍ତର ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମାପନ କରିବା ସମୟରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।ସରପଞ୍ଚ ରୁନୁ ସ୍ବାଇଁ,ମକରା ସ୍ବାଇଁ,ସମାଜସେବୀ କାଳିଆ ଜେନା,ରବିନ୍ଦ୍ର ପାତ୍ର,ଇଶ୍ବର ଜେନା,ଛାତ୍ର ନେତା ସୁଧା ଗୌଡ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ