ଯାତ୍ରା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ : ଜିଲ୍ଲାପାଳ

ଛତ୍ରପୁର, (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାରେ ସପ୍ତାହ ହେଲା କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି। କିଛି ଦିନ ପୂର୍ବରୁ ରୋଡ୍ ଜୋନ୍‌ରେ ଥିବା ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ମିଳିତ ଉଦ୍ୟମରେ ପରେ ସଂକ୍ରମଣ ଗ୍ରାଫ ତଳକୁ ମୁହାଁ ହୋଇଛି। କିନ୍ତୁ କରୋନା ସ୍ଥିତି ଏବେ ବିଗିଡି ପାରେ ତେଣୁ ଜିଲ୍ଲାରେ ଯେପରି କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିବ ସେଥିପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେଇଛନ୍ତି । ଏହି ପ୍ରରିପେକ୍ଷୀରେ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍‌ ଜାରି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଟ୍ୱିଟ୍‌ ଅନୁସାରେ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ସେ ଜିଲ୍ଲାବାସୀଙ୍କୁ ଆଉ ଥରେ ଅପିଲ କରିଛନ୍ତି । ସେହିପରି ଅଟୋ ,ବସ୍ କିମ୍ବା ଅନ୍ୟ କୌଣସି ଯାନବାହାନରେ ଯାତ୍ରୀ କରୁଥିବା ବେଳେ ମାସ୍କ ପରିଧାନ କରିବାକୁ ପରାମର୍ଶ ଦେଇଛନ୍ତି । ଯଦି କୌଣସି ଯାତ୍ରୀ ଏହାର ଖିଲାପୀ କରିବେ , ତେବେ ସଂପୃକ୍ତ ଯାନର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା । ଏନେଇ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ଗଞାମ ଜିଲ୍ଲାପାଳ ବିଜୟ ଅମୃତl କୁଲାଙ୍ଗେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ