ବ୍ଲକ କଳାସଂସ୍କୃତି ସଂଘର ସାଧାରଣ ଅଧିବେଶନ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ କଳା ସଂସ୍କୃତି ସଂଘର ସାଧାରଣ ଅଧିବେଶନ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ନବୀନ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କଳାକାରଙ୍କ ବହୁବିଧ ସମସ୍ୟା ଯଥା- ସଂଘର ନୀତି ନିର୍ଦ୍ଧାଣ, କଳାକରଙ୍କୁ ଯଥାଯୋଗ୍ୟ ସମ୍ମାନ, କଳାକ୍ଷେତ୍ରରେ ଉଲେଖନୀୟ ଅବଦାନ ଥିବା କଳାକାରଙ୍କୁ ସମ୍ବର୍ଦ୍ଧନା ଆଦି ବିଷୟରେ ଅଲୋଚନା ହୋଇଥିଲା । ଦୀର୍ଘ ଦୁଇବର୍ଷ ହେଲା ସରକାର କଳାକାରଙ୍କ ପାଇଁ ବ୍ଲକ ମାଧ୍ୟମରେ କୌଣସି ପ୍ରୋତ୍ସାହନ ରାଶି ମଞ୍ଜୁର କରୁନଥିବାରୁ ଏହାକୁନେଇ ସଭାରେ ଉଦବେଗ ପ୍ରକାଶ ପାଇଥିଲା । ସବିଶେଷ ଆଲୋଚନା ପରେ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ନିର୍ଦ୍ଦେଶକ ସଂସ୍କୃତି ବିଭାଗ ଭୁବନେଶ୍ୱରଙ୍କୁ ଏ ବିଷୟରେ ଅବଗତ କରାଇ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥିର କରାଯାଇଥିଲା । ଅନୁଷ୍ଠିତ ଏହି ସଭାରେ ପ୍ରାକ୍ତନ ଉପସଭାପତି ରତ୍ନାକର ଦାସ, ଗାୟକ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, କଳାକାର ସଂଘ ସମ୍ପାଦକ ପ୍ରମୋଦ ପଟ୍ଟନାୟକ, ଶଙ୍କର୍ଷଣ ମିଶ୍ର, କିଶୋର ଚନ୍ଦ୍ର ମହାନ୍ତିଙ୍କ ସମେତ ପାଚାଶରୁ ଉର୍ଦ୍ଧ ସଭ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅଧିବେଶନରେ କଳାକାରଙ୍କ ପ୍ରତିନିଧି ଭାବରେ କଳାକାର ବାରିକଙ୍କୁ ସର୍ବସମ୍ମତି କ୍ରମେ ଉପସଭାପତି ଭାବେ ମନୋନୀତ କରାଯାଇଥିଲା । ଏହି ବୈଠକରେ ସାମାଜିକ ଶିକ୍ଷା ସଂଗଠକ ଶରତ କୁମାର ନାୟକ, ପିଇଓ ନରହରି ନାୟକ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ