ସିଆରସିସିଙ୍କ ବିରୁଦ୍ଧରେ ଅଭିଯୋଗର ତଦନ୍ତ କଲେ ବିଇଓ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ଜଣେ ସିଆରସିସିଙ୍କ ବିରୁଦ୍ଧରେ ଜଣେ ଶିକ୍ଷୟତ୍ରୀ କରିଥିବା ଅଭିଯୋଗର ତଦନ୍ତ କରିଛନ୍ତି ବିଇଓ । ଖବରରୁ ଜଣାଯାଇଛି ଯେ ଜଣେ ସିଆରସିସି ସ୍କୁଲ ପରିଦର୍ଶନ ଆଳରେ ଉକ୍ତ ବିଦ୍ୟାଳୟକୁ ବାରମ୍ବାର ଯାଇ ଜଣେ ଶିକ୍ଷୟତ୍ରୀଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ବିଭିନ୍ନ କଥା କହିଥାନ୍ତି । ମାତ୍ର ବାପ ବୟସର ହୋଇଥିବାରୁ ଶିକ୍ଷୟତ୍ରୀ ଜଣକ ଚୁପ ରହି ସବୁ ସହିଯାଆନ୍ତି । ଏପରିକି ଗତ ବାହୁଡା ଯାତ୍ରାଦିନ ରାତି ୭ଟା ୩୦ମିନିଟରେ ଶିକ୍ଷୟତ୍ରୀ ଜଣକ ରହୁଥିବା ଭଡାଘରକୁ ଯାଇ ଘରର କବାଟ ବାଡେଇ ଶିକ୍ଷୟତ୍ରୀଙ୍କୁ ଡାକିଥିଲେ । ଘର ମାଲିକ ବାହୁଡାଯାତ୍ରା ବୁଲିବାକୁ ପୁରୀ ପଳାଇଥିବାରୁ ଶିକ୍ଷୟତ୍ରୀ ଜଣକ ଭୟଭୀତ ହୋଇଯାଇଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ସିଆରସିସି ଜଣକ ପଳାଇ ଆସିଥିଲେ । ଏନେଇ ଶିକ୍ଷୟତ୍ରୀ ଜଣକ ହାଟଡିହି ବିଇଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନôତଲେ । ଫଳରେ ବାଧ୍ୟହୋଇ ନନ୍ଦିପଦା ଥାନାର ଦ୍ୱାରସ୍ଥ ହେବାପରେ ପୁଲିସର ପରାମର୍ଶ କ୍ରମେ ବିଇଓ ଘଟଣାର ତଦନ୍ତ କରି ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ କରାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ