କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : ଜିଲ୍ଲା ଦୈାରାଜଜ ଅଦାଲତ ଓ ଦେୱାନୀ ଅଦାଲତରେ କେତେଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଅଦାଲତର ନୂତନ ଓ ପୁରାତନ ଗୃହ ପରିସରକୁ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ଅପରାହ୍ନ ୨ଟା ଠାରୁ ଆସନ୍ତା ୧୧ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅବରୋଧ ଅଂଚଳ ଭାବେ ଘୋଷଣା କରିଛନ୍ତି । ତଦନୁଯାଇ ସେହି ସମୟ ମଧ୍ୟରେ ଏହି ଅଂଚଳ ମଧ୍ୟକୁ କୈାଣସି ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ । ମହାମାରୀ କରୋନାର ପ୍ରତିରୋଧ ତଥା ଜାତୀୟ ବିପତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଜାରି ରହିଛି । କେନ୍ଦ୍ରାପଡା ଜିଲ୍ଲାରେ ଆଜି ୮୫ ଜଣ କରୋନା ସଂକମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆଜିସୁଧା ଜିଲ୍ଲାରେ ମୋଟ ୨୩୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୧୫୯୨ ଜଣ ସୁସ୍ଥ ହୋଇଥିବା ବେଳେ ୭୯୮ ଜଣ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ବାହାର ରାଜ୍ୟମାନଙ୍କରୁ ଆସୁଥିବା ପ୍ରବାସୀମାନଙ୍କୁ କରୋନା ପ୍ରତିରୋଧ ପାଇଁ ପ୍ରଶାସନିକ ତତ୍ୱାବଧାନରେ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯାଉଛି । ଆଜି ସୁଦ୍ଧା ରାଜ୍ୟ ବାହାରୁ ୫୯ହଜାର ୩୯୨ ଜଣ ପ୍ରବାସୀ ଆସିଛନ୍ତି । ଆଜି ଆସିଥିବା ୫୮୫ ଜଣଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୧, ପଟ୍ଟାମୁଣ୍ଡାଇ ବ୍ଲକର ଶୁନ , ମହାକାଳପଡା ବ୍ଲକର ୧୭, କେନ୍ଦ୍ରାପଡା ପୈାରାଚଂଳ ଶୁନ, ପଟ୍ଟାମୁଣ୍ଡାଇ ପୈାରାଂଚଳ ଶୁନ, ମାର୍ଶାଘାଇ ବ୍ଲକର ୪, ରାଜନଗର ବ୍ଲକର ଶୁନ, ରାଜକନିକା ବ୍ଲକର ୧୫, ଆଳି ବ୍ଲକର ୫୪୦, ଡେରାବିଶି ବ୍ଲକର ୩ ଓ ଗରଦପୁର ବ୍ଲକର ୫ ଜଣ ଅଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ