ବିଡିଓଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଡିଓ ରେବେକା ବିଲୁଙ୍ଗ ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି । ଅଣିଜୋରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ମନରେଗା ଯୋଜନାରେ ୧୩ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଆମ୍ବ ବଗିଚା ପ୍ରକଳ୍ପକୁ ବିଡିଓ ତଥା ଭାରପ୍ରାପ୍ତ ତହସିଲଦାର ରେବେକା ବିଲୁଙ୍ଗ ଚାରା ରୋପଣ କରି ଶୁଭ ଦେଇଥିଲେ । କାର୍ଯ୍ୟକ୍ରମରେ ସରପଞ୍ଚ ଜଗବନ୍ଧୁ ବେହେରା, କରୁଣାକର ଦାସ, ପରମେଶ୍ୱର ବାରିକ ଯୋଗ ଦେଇଥିଲେ । ପରେ ଅଣିଜୋ ପଞ୍ଚାୟତରେ ନିର୍ମାଣାଧିନ ପ୍ରଧାନମନ୍ତ୍ରୀ ଆବାସ, ପୁରୁଷଣ୍ଢରେ ନୂତନ ପଞ୍ଚାୟତ ଗୃହ, ଆଡିଆ ଓ ବନ୍ତ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଥିଲେ । ଚାରିଗାଁର ଦୁଇଟି ବେଆଇନ ବାଲି ବୋଝେଇ ଟ୍ରାକ୍କର ଠାରୁ ସ୍ଥାନୀୟ ରାଜସ୍ୱ ନୀରିକ୍ଷକ ଦୀପ୍ତିରେଖା ସ୍ୱାଇଁଙ୍କ ଉପସ୍ଥିତିରେ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏକ ପ୍ରତିନିଧି ଦଳ ଜ୍ଞାନେନ୍ଦ୍ର ଜେନାଙ୍କ ନେତୃତ୍ୱରେ ବଡମହିଷଗୋଠ, ବଡବର୍ଚ୍ଚିକୟାଁ ଓ ଗୋପିନାଥପୁର ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହିତ ବିଭିନ୍ନ ରେକର୍ଡ ଯାଞ୍ଚ କରିଥିଲେ ।