ଗୁରୁ ଗୌରବ

ବିପିନ ବିହାରୀ ମହାନ୍ତି

ଭାରତୀୟ ପରମ୍ପରାରେ ଗୁରୁପୂଜା କେଉଁ ପୁରାତନ ଯୁଗରୁ ଚଳି ଆସୁଅଛି । ତେବେ ବ୍ୟକ୍ତି ବିଶେଷଙ୍କୁନେଇ ଏବଂ ତାଙ୍କ ଜନ୍ମତିଥିକୁ ଧରି ଗୁରୁଦିବସ କେବଳ ଦୁଇଜଣଙ୍କପାଇଁ ପାଳନ କରାଯାଏ । ପ୍ରଥମଟି ଦିବସଟି ହେଲା ମହର୍ଷି ବ୍ୟାସଦେବଙ୍କପାଇଁ ତାଙ୍କ ଜନ୍ମ ତିଥି ଆଷାଡ଼ ପୂଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଏବଂ ଦ୍ୱିତୀୟଟି ହେଲା ସେପ୍ଟେମ୍ବର ୫ ତାରିଖ ଯାହାକି ଆମର ପୂର୍ବତନ ରାଷ୍ଟ୍ରପତି, ମହାନ ଦାର୍ଶନିକ ଏବଂ ପ୍ରଣମ୍ୟ ଗୁରୁଙ୍କର ଜନ୍ମ ତିଥି । ପ୍ରଥମ ଗୁରୁ ଦିବସଟି ଅତି ପୁରାତନ ଯୁଗରୁ ପ୍ରଚଳିତ ଥିଲାବେଳେ, ଦ୍ୱିତୀୟଟି ୧୯୬୨ ମସିହା ସେପ୍ଟେମ୍ବର ୫ ତାରଖରୁ ପାଳିତ ହୋଇଆସୁଅଛି ।
ଡ଼. ସର୍ବପଲ୍ଲୀ ରାଧା କ୍ରିଷ୍ଣନ ସେପ୍ଟେମ୍ବର ୫, ୧୮୮୮ ମସିହାରେ ମାଡ଼୍ରାସ ସହର ନିକଟବର୍ତ୍ତି ତୀରୁତାନୀଠାରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଶୈଶବରୁ ତାଙ୍କ ବାପା ଚାହିଁଥିଲେ ଯେ, ସେ ଇଂରାଜି ନ ପଢ଼ୁ ଏବଂ ତା’ ପରିବର୍ତ୍ତେ ପୁରୋହିତୀ କାମ କରୁ । କିନ୍ତୁ ପଢ଼ାରେ ତାଙ୍କ ବିଚକ୍ଷଣତା ତାଙ୍କୁ ତିରୁପତୀ ବିଦ୍ୟାଳୟ ଏବଂ ପରେ ଭେଲୋର ରେ ପଢ଼େଇବାକୁ ବାଧ୍ୟ କଲା । ତାପରେ ସେ ମାଡ଼୍ରାସର ଖ୍ରୀଷ୍ଟ୍ରିଆନ କଲେଜରେ ଦର୍ଶନ ଶାସ୍ତ୍ର ଅଧ୍ୟୟନ କଲେ ଏବଂ ସେହି ଶାସ୍ତ୍ରରେ ସେ ଅଗାଧ ଜ୍ଞାନ ଆହାରଣ କଲେ । ଏହାପରେ ସେ ଇଂଲଣ୍ଡ ଯାଇ ଶିକ୍ଷା ଗ୍ରହଣ କରିଥିଲେ ।
ଦର୍ଶନ ଶାସ୍ତ୍ରରେ ଅଧ୍ୟୟନ କଲାବେଳେ ସେ ତାଙ୍କ ସ୍ନାତକୋତ୍ତର ପରୀକ୍ଷା ନିମନ୍ତେ “ବେଦାନ୍ତର ନୈତିକ ନିୟମାବଳୀ ଏବଂ ଏହାର ବସ୍ତୁବାଦୀ ପୂର୍ବକଳ୍ପନା (ଞଷର ଋଗ୍ଧଷସମଗ୍ଦ କ୍ଟଲ ଈରୟବଦ୍ଭଗ୍ଧ ଌ ଓଗ୍ଧଗ୍ଦ ଗବଗ୍ଧରକ୍ସସବକ୍ଷ ଚକ୍ସର ଗ୍ଦଙ୍କକ୍ଟ୍ରକ୍ଟ୍ରକ୍ଟଗ୍ଦସଗ୍ଧସକ୍ଟଦ୍ଭ)” ନାମକ ଗବେଷଣା ମୂଳକ ସନ୍ଦର୍ଭ ଉପସ୍ଥାପନା କରିଥିଲେ । ଏହିଟି ମାଡ଼୍ରାସ ବିଶ୍ୱବିଦ୍ୟାଳୟ ଦ୍ୱାରା ୧୯୦୮ରେ ପ୍ରକାଶିତ ହେଲା । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଏହି ପ୍ରକାଶନଟି ତାଙ୍କର ସୁନାମ ଆଣିବା ସହିତ ଜଣେ ଉଚ୍ଚ କୋଟିର ଦାର୍ଶନିକ ବୋଲି ପ୍ରମାଣିତ କରାଇଦେଲା । ଦର୍ଶନ ଉପରେ ତାଙ୍କର ପରବର୍ତ୍ତୀ କାର୍ଯ୍ୟମାନ ଐତିହାସିକ ଚମକପ୍ରଦ ପରିବର୍ତ୍ତନ ଏବଂ ପ୍ରଭାବମାନ ସୃଷ୍ଟିକଲା ।
ତାଙ୍କ ମତରେ ଦର୍ଶନ ହିଁ ଜୀବନକୁ ବୁଝିବାର ବିଦ୍ୟା । ସେଥିପାଇଁ ସେ ଭାରତୀୟ ଦର୍ଶନକୁ ଗଭୀର ଭାବରେ ଅଧ୍ୟୟନ କରିଥିଲେ । ଖାଲି ସେତିକି ନୁହେଁ, ଏହାକୁ ପାଶ୍ଚାତ୍ୟ ଦର୍ଶନ ସହିତ ତୁଳନାତ୍ମକ ବିଚାର କରାଇ ଭାରତୀୟ ଦର୍ଶନର ଶ୍ରେଷ୍ଠତ୍ୱ ପ୍ରତିପାଦନ କରାଇଥିଲେ ।
ଡ଼. ରାଧାକ୍ରିଷ୍ଣନ ତାଙ୍କର ଏ ଦର୍ଶନ ବିଦ୍ୟା କେବଳ ତାଙ୍କର ଶିକ୍ଷା ବା ବୃତ୍ତିଗତ ସୀମା ସରହଦ ଭିତରେ ସୀମୀତ ନରଖି ଏହାକୁ ତାଙ୍କ ସମୟର ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ପ୍ରୟୋଗ କରିଥିଲେ । ତାଙ୍କ ବିଶ୍ୱାସରେ ଭାରତୀୟମାନେ ତାଙ୍କ ଅତୀତ ସହିତ ସଂପର୍କ ନରଖି କେବେହେଲେ ଭବିଷ୍ୟତକୁ ହସ୍ତପ୍ରସାରଣ କରିପାରିବେନାହିଁ । ତେଣୁ ଅତିତ ହିଁ ଆମ ମୂଳ ।
ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜଣେ ଅସାଧାରଣ ବିଜ୍ଞ ଏବଂ ଦକ୍ଷତା ସଂପନ୍ନ ବ୍ୟକ୍ତିତ୍ୱର ପରିଚୟ ପ୍ରଥମରୁ ଦେଇ ଆସିଛନ୍ତି । ସେ ଜଣେ ଅତ୍ୟନ୍ତ ଦୟାଦ୍ର ଓ ମାନବବାଦୀ ବ୍ୟକ୍ତିତ୍ୱ । ସେ ତାଙ୍କ ଛାତ୍ରମାନଙ୍କ ନିକଟରେ ମାଡ୍ରାସ କଲେଜରେ ଅଧ୍ୟ୍ୟାପକ ଥିଲାବେଲୁ ଅତି ପ୍ରିୟ ଥିଲେ । ୩୦ ବର୍ଷ ବୟସ ହେବା ପୂର୍ବରୁ ତାଙ୍କୁ କଲିକତା ବିଶ୍ୱବିଦ୍ୟାଳୟରେ ଅଧ୍ୟାପନାପାଇଁ ସୁଯୋଗ ଦିଆଯାଇଥିଲା । ସେ ୧୯୩୧ରୁ ୧୯୩୬ ଯାଏ ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୂଳପତିଥିଲେ । ପରେ ୧୯୩୯ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୂଳପତିରୂପେ ନିଯୁକ୍ତି ପାଇଲେ । ଏହାର ଠିକ ଦୁଇ ବର୍ଷପରେ ଅର୍ଥାତ୍ ୧୯୪୧ରେ “ସାର ସାୟଜି ରାଓ ଭାରତୀୟ ସଂସ୍କୃତି ଓ ସଭ୍ୟତା”, ବନାରସର ସେ ଗାଦି ସମ୍ଭାଳିଲେ । ୧୯୩୬ ମସିହାରୁ ୧୯୫୨ ମସିହା ଯାଏ ସେ ପ୍ରଫେସର ହିସାବରେ “ଇଷ୍ଟର୍ଣ୍ଣ ରିଜିୟନାଲ ଏଣ୍ଡ ଇଥିକ୍ସ, ଅକ୍ସଫୋର୍ଡ଼ରେ” ଅଧ୍ୟାପକ ହିସାବରେ ଯୋଗ ଦେଇଥିଲେ । ତାଙ୍କ ବିଦ୍ୟା ଉପରେ ତାଙ୍କର ଅଗାଧ ପାଣ୍ଡିତ୍ୟଥିଲା ଯାହାକି ତାଙ୍କୁ ସୁଯୋଗ୍ୟ ଶିକ୍ଷକ ହିସାବରେ ପ୍ରତିଷ୍ଠିତ କରାଇଥିଲା । ତାଙ୍କର ପାଣ୍ଡିତ୍ୟ ତଥା ଛାତ୍ର ଏବଂ ସର୍ବ ସାଧାରଣଙ୍କ ପ୍ରତି ଆଦରଣୀୟ ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ୱ କ୍ରମଶଃ ସର୍ବ ସାଧାରଣରେ ତାଙ୍କୁ ଲୋକପ୍ରିୟ କରାଇଥିଲା । ଉଭୟ ଦେଶ ଓ ଦେଶ ବାହାରେ ତାଙ୍କ ସମୟରେ ସେ ଥିଲେ ଜଣେ ସମ୍ମାନିତ ବ୍ୟକ୍ତିତ୍ୱ । ସେ ଆନ୍ତର୍ଜାତିକ ସ୍ତରରେ ଜଣେ ଉଚ୍ଚ କୋଟିର ଦାର୍ଶନିକ ବୋଲି ପରିଚିତ ପାଇଥିଲେ । ୧୯୫୨’ ମସିହାରେ, “ଦ ଲିବର୍ଟି ଅଫ ଲିଭିଙ୍ଗ ଫିଲୋସର୍ଫ୍ସ” ଯାହାକି ଏକ ବିଶ୍ୱପ୍ରସିଦ୍ଧ ଅନୁଷ୍ଠାନ ତାଙ୍କ ଉପରେ ଏକ ବିରାଟ କାୟ ପୁସ୍ତକ, “ଦି ଫିଲୋସଫି ଅଫ ସର୍ବପଲ୍ଲୀ ରାଧାକ୍ରିଷ୍ଣନ” ପ୍ରକାଶିତ କରିଥିଲେ । ଏହାଥିଲା ତାଙ୍କର ଦର୍ଶନ ଭିତିକ ତତ୍ୱ ସମ୍ଭଳିତ ପୁସ୍ତକ ।
ସ୍ୱାଧୀନତାପରେ ତାଙ୍କର ଏହି ଦର୍ଶନ ବିଦ୍ୟାର ପାରଙ୍ଗମତା ତାଙ୍କୁ ଭାରତର ରାଷ୍ଟ୍ରଦୂତ ହିସାବରେ ସୋଭିଏତ ୟୁନିୟନରେ ସୁଯୋଗ ଦେଇଥିଲା ଯେଉଁଥିରେ ସେ ନିଜ ପରାକାଷ୍ଟା ଦେଖାଇବା ସହିତ ଜଣେ ଆନ୍ତର୍ଜାତିକ ଛବି ପାଲଟି ଯାଇଥିଲେ ।
୧୯୫୨ ମସିହାରେ ଡ଼. ରାଧାକ୍ରିଷ୍ଣନ ଭାରତର ଉପରାଷ୍ଟ୍ରପତିପଦ ମଣ୍ଡନ କରିଥିଲେ ଏବଂ ୧୯୬୨ରେ, ୫ବର୍ଷ ପାଇଁ ଭାରତର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ସିଂହାସନ ଅଳଙ୍କୃତ କରିଥିଲେ । ଏହା ଏକ ଆଶ୍ଚର୍ଯ୍ୟ କଥା ଯେ ସେ ଜଣେ ଶିକ୍ଷାବିତ୍ ବିଶେଷକରି ଦର୍ଶନ ବିଦ୍ୟାର ଶିକ୍ଷକଥିଲେ ଏବଂ ରାଜନୀତି କରୁନଥିଲେ । ଅଥଚ ସେ ରାଜନୀତିର ସର୍ବୋଚ୍ଚ ଆସନ ମଣ୍ଡନ କଲେ । ଏହାଥିଲା ବିଶ୍ୱପାଇଁ ଏକ ଦୃଷ୍ଟାନ୍ତ । ଏ ନେଇ ବଣ୍ଟ୍ରାଡ଼ ଋୁଷେଲ୍ କହିଛନ୍ତି, “ଓଗ୍ଧ ସଗ୍ଦ ବଦ୍ଭ ଷକ୍ଟଦ୍ଭକ୍ଟଙ୍କକ୍ସ ଗ୍ଧକ୍ଟ କ୍ଟ୍ରଷସକ୍ଷକ୍ଟଗ୍ଦକ୍ଟକ୍ଟ୍ରଷଚ୍ଚ ଗ୍ଧଷବଗ୍ଧ ଊକ୍ସ. ଜବୟଷବଳକ୍ସସଗ୍ଦଷଦ୍ଭବଦ୍ଭ ଗ୍ଦଷକ୍ଟଙ୍କକ୍ଷୟ ଭର ଚକ୍ସରଗ୍ଦସୟରଦ୍ଭଗ୍ଧ କ୍ଟଲ ଓଦ୍ଭୟସବ ବଦ୍ଭୟ ଓ, ବଗ୍ଦ ବ କ୍ଟ୍ରଷସକ୍ଷକ୍ଟଗ୍ଦକ୍ଟକ୍ଟ୍ରଷରକ୍ସ, ଗ୍ଧବଳର ଗ୍ଦକ୍ଟ୍ରରମସବକ୍ଷ କ୍ଟ୍ରକ୍ଷରବଗ୍ଦଙ୍କକ୍ସର ସଦ୍ଭ ଗ୍ଧଷସଗ୍ଦ. ଚକ୍ଷବଗ୍ଧକ୍ଟ ବଗ୍ଦକ୍ଟ୍ରସକ୍ସରୟ ଲକ୍ଟକ୍ସ କ୍ଟ୍ରଷସକ୍ଷକ୍ଟଗ୍ଦକ୍ଟକ୍ଟ୍ରଷରକ୍ସଗ୍ଦ ଗ୍ଧକ୍ଟ ଭରମକ୍ଟଜ୍ଞର ଳସଦ୍ଭଶଗ୍ଦ ବଦ୍ଭୟ ସଗ୍ଧ ସଗ୍ଦ ବ ଗ୍ଧକ୍ସସଭଙ୍କଗ୍ଧର ଗ୍ଧକ୍ଟ ଓଦ୍ଭୟସବ ଗ୍ଧଷବଗ୍ଧ ଗ୍ଦଷର ଗ୍ଦଷକ୍ଟଙ୍କକ୍ଷୟ ଜ୍ଞବଳର ବ କ୍ଟ୍ରଷସକ୍ଷକ୍ଟଗ୍ଦକ୍ଟକ୍ଟ୍ରଷରକ୍ସ ଷରକ୍ସ କ୍ଟ୍ରକ୍ସରଗ୍ଦସୟରଦ୍ଭଗ୍ଧ.” ଅର୍ଥାତ୍ ଭାରତର ଜଣେ ଦର୍ଶନ ଶିକ୍ଷକ ଏହାର ରାଷ୍ଟ୍ରପତି ହେଲେ ଯାହାକି ମୋ’ ପରି ଜଣେ ଦାର୍ଶନିକକୁ ଅତି ଆନନ୍ଦ ଦିଏ । ଏକଦା ପ୍ଲାଟୋ ଆଶା କରିଥିଲେ ଯେ ଦାର୍ଶନିକମାନେ ରାଜା ହୁଅନ୍ତୁ ଏବଂ ଏହା ଭାରତପାଇଁ ସତ୍ୟ ହେଲା ଯେ, ଜଣେ ଦାର୍ଶନିକ ରାଷ୍ଟ୍ରପତି ହେଲେ ।
ସେ ରାଷ୍ଟ୍ରପତି ଥିଲାବେଳେ ୧୯୬୨ରେ ଚାଇନା ଭାରତ ଆକ୍ରମଣ କଲା ଯାହାକୁ ଆହ୍ୱାନ ଦେଇଥିଲା ଡ଼. ରାଧାକ୍ରିଷ୍ଣନଙ୍କର ସେ ସମୟର ନେତୃତ୍ୱ । ସେହିପରି ୧୯୬୫ରେ ପାକିସ୍ତାନ ଭାରତର ପଶ୍ଚିମାଞ୍ଚଳରେ ବିଶୃଙ୍ଖଳା ସୃଷ୍ଟିକଲା । ଏଥିକୁ ଡ଼. ରାଧାକ୍ରିଷ୍ଣନ ତାଙ୍କ ବଜ୍ର ଗମ୍ଭୀର ବାଣୀରେ ଦେଶବାସୀଙ୍କୁ ସେପେମ୍ଭର ୨୫, ୧୯୬୫ରେ ଶୁଣାଇଥିଲେ, “ପାକିସ୍ତାନ ଭାବୁଛି ଯେ, ଭାରତ ତାକୁ ପ୍ରତିରୋଧ କରିବାରେ ଅତି ଦୁର୍ବଳ କିମ୍ଭା ଅତି ଭୟାଳୁ କିମ୍ଭା ଅତି ଯୁଦ୍ଧ ପରାଂମୁଖୀ । ଭାରତ ଯଦିଓ ପ୍ରକୃତରେ ଯୁଦ୍ଧ ଚାହେଁନାହିଁ, ତେବେ ଯଦି ସେ ଅନୁଭବକରେ ନିଜ ରକ୍ଷଣପାଇଁ ତାକୁ ଲଢ଼ିବାକୁ ହେବ, ସେ ପାରିବ । ପାକିସ୍ତାନ ବୋଧେ ଭାବିଛି ଯେ, ତା ଆକ୍ରମଣ ଫଳରେ ଭାରତରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ଦେଖାଯିବ ଏବଂ ଏହାର ସୁଯୋଗ ନେଇ ସେ ତା’ର ଫାଇଦା ଉଠାଇବ । ତା’ର ଏ ପ୍ରକାର ଚିନ୍ତାଧାରା ତାକୁ ହିଁ ଧୋକା ଦେବ । “ଚବଳସଗ୍ଦଗ୍ଧବଦ୍ଭ ବଗ୍ଦଗ୍ଦଙ୍କଜ୍ଞରୟ ଗ୍ଧଷବଗ୍ଧ ଓଦ୍ଭୟସବ ଙ୍ଗବଗ୍ଦ ଗ୍ଧକ୍ଟକ୍ଟ ଙ୍ଗରବଳ କ୍ଟକ୍ସ ଗ୍ଧକ୍ଟକ୍ଟ ବଲକ୍ସବସୟ କ୍ଟକ୍ସ ଗ୍ଧକ୍ଟକ୍ଟ କ୍ଟ୍ରକ୍ସକ୍ଟଙ୍କୟ ଗ୍ଧକ୍ଟ ଲସଶଷଗ୍ଧ. ଓଦ୍ଭୟସବ, ଗ୍ଧଷକ୍ଟଙ୍କଶଷ ଦ୍ଭବଗ୍ଧଙ୍କକ୍ସବକ୍ଷକ୍ଷଚ୍ଚ ୟସଗ୍ଦସଦ୍ଭମକ୍ଷସଦ୍ଭରୟ ଗ୍ଧକ୍ଟ ଗ୍ଧବଳର ଗ୍ଧକ୍ଟ ବକ୍ସଜ୍ଞଗ୍ଦ ଲରକ୍ଷଗ୍ଧ ଗ୍ଧଷର ଦ୍ଭରମରଗ୍ଦଗ୍ଦସଗ୍ଧଚ୍ଚ ଗ୍ଧକ୍ଟ ୟରଲରଦ୍ଭୟ ଷରକ୍ସଗ୍ଦରକ୍ଷଲ ଙ୍ଗଷରଦ୍ଭ ବଗ୍ଧଗ୍ଧବମଳରୟ. ଚବଳସଗ୍ଦଗ୍ଧବଦ୍ଭ ବକ୍ଷଗ୍ଦକ୍ଟ ବଗ୍ଦଗ୍ଦଙ୍କଜ୍ଞରୟ ଗ୍ଧଷବଗ୍ଧ ମକ୍ଟଜ୍ଞଜ୍ଞଙ୍କଦ୍ଭବକ୍ଷ ୟସଗ୍ଦଗ୍ଧଙ୍କକ୍ସଭବଦ୍ଭମର ଙ୍ଗକ୍ଟଙ୍କକ୍ଷୟ କ୍ଟମମଙ୍କକ୍ସ ସଦ୍ଭ ଗ୍ଧଷର ମକ୍ଟଙ୍କଦ୍ଭଗ୍ଧକ୍ସଚ୍ଚ ବଦ୍ଭୟ ସଦ୍ଭ ଗ୍ଧଷର କ୍ସରଗ୍ଦଙ୍କକ୍ଷଗ୍ଧସଦ୍ଭଶ ମଷବକ୍ଟଗ୍ଦ ଗ୍ଦଷର ମକ୍ଟଙ୍କକ୍ଷୟ ଷବଙ୍ଖର ଷରକ୍ସ ଙ୍ଗବଚ୍ଚ. ଐରକ୍ସ ଜ୍ଞସଗ୍ଦମବକ୍ଷମଙ୍କକ୍ଷବଗ୍ଧସକ୍ଟଦ୍ଭଗ୍ଦ ଜ୍ଞଙ୍କଗ୍ଦଗ୍ଧ ଷବଙ୍ଖର ମକ୍ଟଜ୍ଞର ଗ୍ଧକ୍ଟ ଷରକ୍ସ ବଗ୍ଦ ବ କ୍ସଙ୍କୟର ଗ୍ଦଷକ୍ଟମଳ”
ଭାରତୀୟ ଗଣତନ୍ତ୍ର ଉପରେ ତାଙ୍କର ଅଗାଧ ବିଶ୍ୱାସଥିଲା । ମେ ୧୨, ୧୯୬୭ ତାଙ୍କ ବିଦାୟ ଅବସରରେ ସେ ସୁଚାଇଥିଲେ ଯେ, ଦେଶରେ ସେଯାବତ୍ ଗଣତନ୍ତ୍ର ଶାସନ ଠିକ୍ ଚାଲିଛି ତଥାପି ସେ ସତର୍କ କରାଇଥିଲେ, “ଊରଜ୍ଞକ୍ଟମକ୍ସବମଚ୍ଚ ଙ୍ଗବଗ୍ଦ ଜ୍ଞକ୍ଟକ୍ସର ଗ୍ଧଷବଦ୍ଭ ବ ଗ୍ଦଚ୍ଚଗ୍ଦଗ୍ଧରଜ୍ଞ କ୍ଟଲ ଏକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ. ଓଗ୍ଧ ଙ୍ଗବଗ୍ଦ ବ ଙ୍ଗବଚ୍ଚ କ୍ଟଲ କ୍ଷସଲର ବଦ୍ଭୟ କ୍ସରଶସଜ୍ଞର କ୍ଟଲ ମସଙ୍ଖସକ୍ଷସଚ୍ଛରୟ ମକ୍ଟଦ୍ଭୟଙ୍କମଗ୍ଧ କ୍ଟଲ ଷଙ୍କଜ୍ଞବଦ୍ଭ ବଲଲବସକ୍ସଗ୍ଦ. ଡର ଗ୍ଦଷକ୍ଟଙ୍କକ୍ଷୟ ଭର ଗ୍ଧଷର ବକ୍ସମଷସଗ୍ଧରମଗ୍ଧଗ୍ଦ କ୍ଟଲ କ୍ଟ୍ରରବମରଲଙ୍କକ୍ଷ ମଷବଦ୍ଭଶରଗ୍ଦ ବଦ୍ଭୟ ବୟଙ୍ଖକ୍ଟମବଗ୍ଧରଗ୍ଦ କ୍ଟଲ କ୍ସରୟସମବକ୍ଷ କ୍ସରଲକ୍ଟକ୍ସଜ୍ଞ”.
୧୯୬୨ରେ ଡ଼. ରାଧାକ୍ରିଷ୍ଣନ ଭାରତର ରାଷ୍ଟ୍ରପତି ହେଲେ । ସେହି ବର୍ଷ ତାଙ୍କ ଜନ୍ମ ତିଥିକୁ ଗରୁଦିବସ ବା ଶିକ୍ଷକ ଦିବସ ରୂପେ ପାଳିବାର ନିଷ୍ପତି ନିଆଗଲା । କିନ୍ତୁ ସେ ଏହାକୁ ତାଙ୍କ ଜନ୍ମତିଥି ହିସାବରେ ପାଳନ କରାନଯାଇ ଶିକ୍ଷକ ଜାତି ପ୍ରତି ଉତ୍ସର୍ଗ କରିଥିଲେ । ସେ ମଧ୍ୟ ନିଜେ ରାଷ୍ଟ୍ରଦୂତ, ଉପ-ରାଷ୍ଟ୍ରପତି ବା ରାଷ୍ଟ୍ରପତି ଥାଆନ୍ତୁନା କାହିଁକି, ସେ ସାରା ଜୀବନଥିଲେ ଶିକ୍ଷକ । ଶିକ୍ଷକତା ଥିଲା ତାଙ୍କର ପ୍ରଥମ ଭଲପାଇବାର ବୃତ୍ତି ଏବଂ ଯେଉଁମାନେ ତାଙ୍କଠୁ ଶିକ୍ଷା ଗ୍ରହଣ କରିଛନ୍ତି, ଏବେ ମଧ୍ୟ ଶିକ୍ଷକ ହିସାବରେ ତାଙ୍କର ସୁଗୁଣ ଗୁଡିକ ପ୍ରତି କୃତଜ୍ଞତା ଜ୍ଞାପନ କରନ୍ତି । ପଣ୍ଡିତ ଜବାହାରଲାଲ୍ ନେହୁରୁ ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ରାଧାକ୍ରିଷ୍ଣନଙ୍କର ଜଣେ ନିକଟତମ ବନ୍ଧୁଥିଲେ, କହିଥିଲେ, “ସେ ତାଙ୍କ ଅକ୍ତିୟାର ଅନୁସାରେ ଏ ଦେଶକୁ ଅନେକ ସେବା ଦେଇଛନ୍ତି କିନ୍ତୁ ସର୍ବୋପରି ସେ ଜଣେ ମହାନ ଶିକ୍ଷକ ଯାହାଠୁ ଆମେ ସମସ୍ତେ ବହୁତ କିଛି ଶିକ୍ଷିଛେ ଏବଂ ଶିକ୍ଷିଚାଲିଥିବା । ଏହା ଭାରତପାଇଁ ଏକ ବିଚିତ୍ର ସୁଯୋଗ ଯେ ଏପରି ଜଣେ ମହାନ ଦାର୍ଶନିକ, ଜଣେ ମହାନ ଶିକ୍ଷାବିତ୍ ଏବଂ ଜଣେ ମହାନ ମାନବାଦୀଙ୍କୁ ଆମେ ଆମର ରାଷ୍ଟ୍ରପତି ହିସାବରେ ପାଇଛେ । ଏହା ପ୍ରମାଣ କରାଇ ଦିଏ ଯେ, ଆମେ ଏଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଉଛୁ । “ଐର ଷବଗ୍ଦ ଗ୍ଦରକ୍ସଙ୍ଖରୟ ଷସଗ୍ଦ ମକ୍ଟଙ୍କଦ୍ଭଗ୍ଧକ୍ସଚ୍ଚ ସଦ୍ଭ ଜ୍ଞବଦ୍ଭଚ୍ଚ ମବକ୍ଟ୍ରବମସଗ୍ଧସରଗ୍ଦ. ଈଙ୍କଗ୍ଧ ବଭକ୍ଟଙ୍ଖର ବକ୍ଷକ୍ଷ, ଷର ସଗ୍ଦ ବ ଶକ୍ସରବଗ୍ଧ ଞରବମଷରକ୍ସ ଲକ୍ସକ୍ଟଜ୍ଞ ଙ୍ଗଷକ୍ଟଜ୍ଞ ବକ୍ଷକ୍ଷ କ୍ଟଲ ଙ୍କଗ୍ଦ ଷବଙ୍ଖର କ୍ଷରବକ୍ସଦ୍ଭଗ୍ଧ ଜ୍ଞଙ୍କମଷ ବଗ୍ଦ ଙ୍ଗରକ୍ଷକ୍ଷ ମକ୍ଟଦ୍ଭଗ୍ଧସଦ୍ଭଙ୍କର ଗ୍ଧକ୍ଟ କ୍ଷରବକ୍ସଦ୍ଭ. ଓଗ୍ଧ ସଗ୍ଦ ଓଦ୍ଭୟସବ’ଗ୍ଦ କ୍ଟ୍ରରମଙ୍କକ୍ଷସବକ୍ସ କ୍ଟ୍ରକ୍ସସଙ୍ଖସକ୍ଷରଶର ଗ୍ଧକ୍ଟ ଷବଙ୍ଖର ବ ଶକ୍ସରବଗ୍ଧ କ୍ଟ୍ରଷସକ୍ଷକ୍ଟଗ୍ଦକ୍ଟକ୍ଟ୍ରଷରକ୍ସ, ବ ଶକ୍ସରବଗ୍ଧ ରୟଙ୍କମବଗ୍ଧସକ୍ଟଦ୍ଭସଗ୍ଦଗ୍ଧ ବଦ୍ଭୟ ବ ଶକ୍ସରବଗ୍ଧ ଷଙ୍କଜ୍ଞବଦ୍ଭସଗ୍ଦଗ୍ଧ ବଗ୍ଦ ଷରକ୍ସ ଚକ୍ସରଗ୍ଦସୟରଦ୍ଭଗ୍ଧ. ଞଷବଗ୍ଧ ସଦ୍ଭ ସଗ୍ଧଗ୍ଦରକ୍ଷଲ ଗ୍ଦଷକ୍ଟଙ୍ଗଗ୍ଦ ଗ୍ଧଷର ଳସଦ୍ଭୟ କ୍ଟଲ ଜ୍ଞରଦ୍ଭ ଙ୍ଗର ଷକ୍ଟଦ୍ଭକ୍ଟଙ୍କକ୍ସ ବଦ୍ଭୟ କ୍ସରଗ୍ଦକ୍ଟ୍ରରମଗ୍ଧ”.
୧୯୫୪ ମସିହାରେ ଭାରତର ସର୍ବୋତ୍ତମ ଉପାଧି/ପୁରସ୍କାର “ଭାରତ ରତ୍ନ” ପ୍ରଥମେ ଯେଉଁ ତିନିଜଣଙ୍କୁ ଦିଆଯାଇଥିଲା, ସେମାନଙ୍କ ମଧ୍ୟରୁ ସେ ଅନ୍ୟତମ । ମାନବ ଜାତିର ସେବା ନିମନ୍ତେ ତାଙ୍କୁ ଏ ଉପାଧି ଦିଆଯାଇଥିଲା । ଏହି ମହାପୁରୁଷଙ୍କର ମହା ପ୍ରୟାଣ ଏପ୍ରିଲ୍ ୧୭ ୧୯୭୫ ମସିହାରେ ଘଟିଥିଲା ।
ସେପ୍ଟେମ୍ବର ୫ ତାରିଖଟି ଆମ୍ଭର ମହାନ ଦାର୍ଶନିକ, ଲେଖକ, ବିଚକ୍ଷଣ ରାଜନୀତୀଜ୍ଞ ଓ ରାଷ୍ଟ୍ରନେତା ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ଜନ୍ମତିଥି ପାଳନ ନିଶ୍ଚୟ । ସେ ଗୁରୁମାନଙ୍କ ମଧ୍ୟରୁ ଜଣେ । ଏହି ଅବସରରେ ଆମେ ତାଙ୍କ ଜନ୍ମତିଥି ପାଳନ କରିବା ସହିତ ଆମେ ସମଗ୍ର ଗୁରୁ ସମାଜ ପ୍ରତି ତାଙ୍କର ଶିକ୍ଷାଦାନ ମାଧ୍ୟମରେ ଜ୍ଞାନ ଦାନ, ଛାତ୍ରମାନଙ୍କର ଚରିତ୍ର ଗଠନ ଏବଂ ସେମାନଙ୍କୁ ପଥ ପ୍ରଦର୍ଶନ କାରଣକୁ ବିଚାରି ତାଙ୍କ ସମ୍ମାନାର୍ଥେ ଏ ଦିବସଟି ପାଳନ କରୁଅଛୁ । ଖାଲି ଆମ ଦେଶରେ ନୁହେଁ, ଏହିପରି ଗୁରୁଦିବସ ଅନ୍ୟ ଦେଶରେ ମଧ୍ୟ ପାଳିତ ହୁଏ । ଆନ୍ତର୍ଜାତିକ ସ୍ତରରେ ବିଶ୍ୱ ଶିକ୍ଷକ ଦିବସ ରୂପେ ଅକ୍ଟୋବର ୫ ତାରଖକୁ ପାଳନ କରାଯାଏ । ଆସନ୍ତୁ ଏହି ଦିବସର ଅବସରରେ ଅନ୍ତତଃ ଆମେ ଆମ ଗୁରୁମାନଙ୍କ ପ୍ରତି ସ୍ମୃତି ଚାରଣ କରିବା ।

ଅଧ୍ୟକ୍ଷ,
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,ବିକାଶ ନଗର, ଜଟଣୀ, ଖୋର୍ଦ୍ଧା,
ଦୂରଭାଷ: ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ