ନୃସିଂହଙ୍କ କ୍ରୋଧ କିପରି ଶାନ୍ତ କରିଥିଲେ ଭଗବାନ ଶିବ
ଭଗବାନ ବିଷ୍ଣୁଙ୍କୁ ପାଳନ କର୍ତ୍ତା ବୋଲି କୁହାଯିବା ବେଳେ ଭଗବାନ ଶିବଙ୍କୁ ସଂହାରକର୍ତ୍ତା ବୋଲି କୁହାଯାଇଥାଏ । ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ ଏ ଦୁଇ ଭଗବାନ ପରସ୍ପରର ପୂଜା ବିଧି କରିଥାନ୍ତି । ତେବେ ଲିଙ୍ଗ ପୁରାଣରେ ଏହି ଦୁଇ ଦେବଙ୍କ ମଧ୍ୟରେ ଯୁଦ୍ଧ ହୋଇଥିବାର ଉଲ୍ଲେଖ ରହିଛି ।ହିରଣ୍ୟକଶ୍ୟପକୁ ବଧ କରିବା ପାଇଁ ଭଗବାନ ବିଷ୍ଣୁ ନୃସିଂହ ଅବତାର ଗ୍ରହଣ କରିଥିଲେ । ଭଗବାନ ଯେତେବେଳେ ନୃସିଂହ ଅବତାର ରୂପ ନେଲେ, ସେତେବେଳେ ସମସ୍ତେ ଭୟଭୀତ ଓ ଭୀତତ୍ରସ୍ତ ହେଲେ । ଭଗବାନ ବିଷ୍ଣୁ ଭକ୍ତ ପ୍ରହଲ୍ଲାଦକୁ ରକ୍ଷା କରି ହିରଣ୍ୟକଶ୍ୟପକୁ ମାରିବା ପରେ ମଧ୍ୟ ତାଙ୍କର କ୍ରୋଧ ଶାନ୍ତ ହେଲା ନାହିଁ । ସେ ସେହି ସମୟ ମହାଦେବଙ୍କ ନିକଟରେ ପହଞ୍ଚିଲେ । ଦେବଗଣ ଓ ମନୁଷ୍ୟଗଣ ନୃସିଂହ ଅବତାରରେ ଭୟଭୀତ ହେବାର ଦେଖି ଶିବ ତାଙ୍କ ଅଂଶ ବୀରଭଦ୍ରଙ୍କୁ ଭଗବାନ ବିଷ୍ଣୁଙ୍କ କ୍ରୋଧ ଶାନ୍ତ କରିବାର ଆଦେଶ ଦେଲେ । ବୀରଭଦ୍ର ଭଗବାନ ନୃସିଂହଙ୍କ ନିକଟରେ ପହଞ୍ଚି ତାଙ୍କର ସ୍ମୃତିଗାନ କରିବାରେ ଲାଗିଲେ । କିନ୍ତୁ ନୃସିଂହଙ୍କର କ୍ରୋଧାଗ୍ନି ଶାନ୍ତ ହେଲା ନାହିଁ । ଏହା ପରେ ବୀରଭଦ୍ର ଉତ୍କ୍ଷିପ୍ତ ହୋଇ ଉଠିଲେ । ଶିବଙ୍କ କୃପାରେ ବୀରଭଦ୍ରଙ୍କ ରୂପ ଅତ୍ୟନ୍ତ ଭୟାନକ, ବ୍ୟାପକ ତଥା ବିସ୍ତୃତ ହୋଇଗଲା । ଭଗବାନ ଶିବ ତାଙ୍କ ଲାଞ୍ଜରେ ନୃସିଂହଙ୍କୁ ଗୁଡାଇ ଛାତିରେ ପ୍ରହାର କରି ଉଡ଼ିବାରେ ଲାଗିଲେ । ତା’ପରେ ଯାଇ ନୃସିଂହଙ୍କ କ୍ରୋଧାଗ୍ନି ଶାନ୍ତ ହୋଇଥିଲା । ସେହି ସମୟର ଶଙ୍କର ରୂପ ଅଧାମୃଗ ତଥା ଶେଷ ଶରଭ ପକ୍ଷୀ ଭଳି ହୋଇଯାଇଥିଲା । ଭଗବାନ ଶଙ୍କରଙ୍କର ଏହି ଅବତାର ଚପଳତା, ଶକ୍ତି ତଥା ବୁଦ୍ଧିର ପ୍ରତୀକ ଅଟେ ।


