ପୋଲସରା ବ୍ଲକରେ ୯୮ ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ପଲସ ଅକ୍ସିମିଟର ଟେଷ୍ଟିଂ

ବୁଗୁଡା, (ଅନିଲ କୁମାର ମହାରଣା): ପୋଲସରା ବ୍ଲକରେ ଗତକାଲି ସୁଦ୍ଧା ୯୮,୧୯୧ ଜଣ ବ୍ୟକ୍ତିଙ୍କ ପଲସ ଅକ୍ସିମିଟର ଟେଷ୍ଟିଂ ହୋଇଥିବା ବେଳେ ଆଉ ୪୨,୬୦୬ ଜଣଙ୍କ ପରୀକ୍ଷା ହେବାକୁ ଥିବା ଜଣାପଡିଛି। ପୋଲସରା ବ୍ଲକର ମୋଟ ଜନସଂଖ୍ୟା ୧,୪୦,୭୯୭ ଜଣ ଥିବା ବେଳେ ଗତକାଲି ୨୪,୯୧୯ ଜଣଙ୍କ ପରୀକ୍ଷା କରାଯାଇଥିଲା। ଗତ କାଲି ସୁଦ୍ଧା ୯୮,୧୯୧ ଜଣଙ୍କ ପରୀକ୍ଷା ଶେଷ ହୋଇଥିବା ବେଳେ ୨୮ ଜଣ ବ୍ୟକ୍ତିଙ୍କ ଅମ୍ଳଜାନ ସ୍ତର ୯୨% କମ ଓ ୩୮ ଜଣଙ୍କ ୯୨% ରୁ ୯୫% ଅମ୍ଳଜାନ ସ୍ତର ରହିଛି। ସେହିପରି ୧୭ ଜଣ ବ୍ୟକ୍ତିଙ୍କ ୬୦ ରୁ କମ ପଲସ ରହୁଥିବା ବେଳେ ୪ ଜଣ ଶ୍ଵାସ ଏବଂ ୧୦୬ ଜଣ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଥିବା ପୋଲସରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ପ୍ରକାଶ କରିଛନ୍ତି। ସମସ୍ତ ତାଲିକା ପ୍ରତିଦିନ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଆବଶ୍ୟକ ଅନୁସାରେ ଚିକିତ୍ସା କରୁଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ