ସ୍ୱାମୀ ଦୟାନନ୍ଦ ସର୍ଭିସ୍ ମିଶନ ପକ୍ଷରୁ ସ୍ମୃତିବନରେ ବୃକ୍ଷରୋପଣ

ଭୁବନେଶ୍ୱର: ସ୍ୱାମୀ ଦୟାନନ୍ଦ ସର୍ଭିସ୍ ମିଶନ ପକ୍ଷରୁ ଆଜି ପୂର୍ବାହ୍ନରେ ଶ୍ରୀମତୀ ଯଶୋଦା ଦେବୀଙ୍କ ସ୍ମୃତିରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ବିଭାଗର ସ୍ମୃତିବନଠାରେ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବିଜୁ ପଟ୍ଟନାୟକ ଶିକ୍ଷା ସମୂହର ଅଧ୍ୟକ୍ଷ ଶ୍ରୀ ସୀତାବଲ୍ଲଭ ମହାପାତ୍ର କହିଲେ ଯେ ବୃକ୍ଷ ହିଁ ଜୀବନ, ଏ ବାର୍ତ୍ତାକୁ ଛାତ୍ର ଓ ଯୁବସମାଜ ଭିତରେ ଗଭୀର ଭାବରେ ପ୍ରବେଶ କରିବାର ସମୟ ଆସିଛି । ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଭାରତୀୟ ମହାବୋଧି ସୋସାଇଟିର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର କହିଲେ ଯେ, •ରାଟିଏ କେବଳ ରୋପଣ କରିଦେଲେ କାର୍ଯ୍ୟ ସରିଗଲା ଭାବିବା ଉଚିତ୍ ନୁହେଁ, ତାର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ୍ । ଏହି କାର୍ଯ୍ୟକ୍ରମରେ ଦେବୀ ପ୍ରସାଦ ମଲ୍ଲିକ, ସୁଶାନ୍ତ କୁମାର ପଣ୍ଡା, ନଳିନୀକାନ୍ତ ରାଉତ, ଆରତୀ ଜ୍ଞାନେନ୍ଦ୍ର, ମମତା ବସ୍ତି ଓ ପ୍ରଣତି ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ