ପଞ୍ଚାୟତର ନୂତନ କୋଠା ଉଦ୍‌ଘାଟିତ 

ବେଲଗୁଣ୍ଠା ,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଖଇରପୁଟି ପଞ୍ଚାୟତର ନୂତନ କୋଠା ଉଦ୍‌ଘାଟିତ ହୋଇଯାଇଛି I ଆସ୍କା ସଂlସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ଏବଂ ରିବନ୍ କାଟି ନୂତନ କୋଠାର ଉଦ୍‌ଘାଟନ କରିଥିଲେ I ସମ୍ମାନୀତ ଅତିଥିଭାବେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ପ୍ରଭାସ ଦାସ, ସରପଞ୍ଚ ପ୍ରତିମା ଜେନା, ସମିତି ସଭ୍ୟ ପ୍ରଭାତ ସ୍ଵାଇଁ, ଜିଆରଏସ୍ ରବିନ୍ଦ୍ର ପାଣିଗ୍ରାହୀ, ଯୋଗାଣ ସହାୟକ ରାଜେଶ୍ ସ୍ଵାଇଁ, ଜିଲ୍ଲା ପରିଷଦ ସଭ୍ୟ ଅମିତ ନାୟକ ଏବଂ କୁଞ୍ଜବିହାରୀ ନାୟକ ଯୋଗ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସମାଜସେବୀ ତଥା ଗଣମାଧ୍ୟମ ପ୍ରତିନିଧି ଜଗନ୍ନାଥ ନାୟକ, ସମାଜ ସେବୀ ନାରାୟଣ ସ୍ଵାଇଁ ଏବଂ ଦିଲ୍ଲୀପ ଜେନା ଯୋଗ ଦେଇ କାର୍ଯ୍ୟକ୍ରମକୁ ପଫଳ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ