ଭାବିନିପୁର ମୁଖ୍ୟ ରାସ୍ତାରେ ଚାରା ରୋପଣ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ):ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ସଭାପତି କୃଷ୍ଣ ଚନ୍ଦ୍ର ଦାସଙ୍କ ନେତୃତ୍ବରେ ଭାବିନିପୁର ମୁଖ୍ୟ ରାସ୍ତାରେ ଚାରା ରୋପଣ କରାଯାଇ ଥିଲା। ଭାବିନିପୁର ଗ୍ରାମର ବରିଷ୍ଠ ନାଗରୀକ ଶ୍ରୀ ଲଡୁକିଶୋର ଶତପଥୀ ପ୍ରଥମ ଚାରା ରୋପଣ କରିଥିଲେ । ସର୍ବଶ୍ରୀ ମହେନ୍ଦ୍ରନାଥ ସାହୁ, ମାନସ ରଞନ ପାତ୍ର, ସୁନୀଲ କୁମାର ସାହୁ, ପାର୍ବତୀ ପ୍ରସାଦ ପାଢୀ, ସୁବାଷ ଚନ୍ଦ୍ର ପଟ୍ଟନାୟକ, କେ ଧର୍ମା ରାଓ, ଏ ସନ୍ତୋଷ ରାଓ ପ୍ରମୂଖ “ଲଗାଅ ଚାରା-ହସିବ ଧରା” ପ୍ରଭୃତି ସ୍ଲୋଗାନ ସହ ଚାରା ରୋପଣ କରିଥିଲେ।ଛୁଟିଦିନ ମାନଙ୍କରେ ଚାରା ରୋପଣ କରି ଜନସଚେତନ କରିବା ବହୁମୁଖୀର ଆଭିମୂଖ୍ୟ ବୋଲି ମହେନ୍ଦ୍ରନାଥ ସାହୁ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ