ଦିଲ୍ଲୀ ଦଙ୍ଗାରେ ବିଜେପି ନେତାଙ୍କୁ ଗିରଫ ପାଇଁ ବିକ୍ଷୋଭ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଦିଲ୍ଳୀ ଦଙ୍ଗାରେ ଶିକ୍ଷାବିତ୍ ଅପୂର୍ବାନନ୍ଦ, ଅର୍ଥନୀତିଜ୍ଞ ଜୟନ୍ତୀ ଘୋଷ, କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀ, କବିତା କ୍ରିଷ୍ଣନ, ଛାତ୍ରନେତା ଉମାର ଖାଲିଦ, ଯୋଗେନ୍ଦ୍ରଙ୍କ ନାମରେ ଥିବା ମକଦ୍ଦମାକୁ ପ୍ରତ୍ୟାହାର ଦାବିରେ ସିପିଆଇ (ଏମ୍‌.ଏଲ୍‌) ଲିବରେସନ ପକ୍ଷରୁ ଭୁବନେଶ୍ୱରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କରୋନା ଆଳରେ ମୋଦି ସରକାର ଜନବିରୋଧୀ ନୀତି ଲାଗୁ କରୁଛନ୍ତି । ସମ୍ବିଧାନ, ସୁପ୍ରିମ କୋର୍ଟ, ସିବିଆଇ, ଗଣତନ୍ତ୍ର, ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକୁ ନିଜର ସଖୀ କଣ୍ଢେଇ କରି ସ୍ୱାଧୀନତା ଆନ୍ଦୋଳନର ସମସ୍ତ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇସାରିଲେଣି । ସିଏଏ, ଏନ୍‌ପିଆର ଭଳି ନୀତିକୁ ଆଣି ଭାରତ ବର୍ଷର ସଂଖ୍ୟାଲଘୁ ଗୋଷ୍ଠୀମାନଙ୍କ ଉପରେ ଶକ୍ତ ପ୍ରହାର କରିବାକୁ ମଧ୍ୟ ପଛାଇ ନାହାଁନ୍ତି । ଏହାର ପ୍ରତିବାଦରେ ଯେଉଁମାନେ କେନ୍ଦ୍ର ସରକାର ବିରୁଦ୍ଧରେ ଅଭିଯାନ ଜାରି ରଖିଥିଲେ, ଦିଲ୍ଲୀ ଦଙ୍ଗାର ସୁଯୋଗ ନେଇ ସେମାନଙ୍କ ନାମରେ ମିଥ୍ୟା ମକଦ୍ଦମା ଦାୟର କରି ଗଣତାନ୍ତ୍ରିକ ସ୍ୱରକୁ ଦମନ କରିବା ପ୍ରୟାସକୁ ସିପିଆଇ (ଏମ୍‌.ଏଲ) ଲିବରେସନ ପକ୍ଷରୁ ତୀବ୍ର ବିରୋଧ କରିବା ସହିତ ଶିକ୍ଷାବିତ୍‌, ଛାତ୍ରନେତା ଓ କମ୍ୟୁନିଷ୍ଟ ନେତାଙ୍କ ନାମରୁ ଅବିଳମ୍ବେ କେସ୍ ପ୍ରତ୍ୟାହାର କରିବା ଲାଗି ସିପିଆଇ (ଏମ୍‌.ଏଲ୍‌) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଦାବୀ କରିଛନ୍ତି । ଅପର ପକ୍ଷରେ ବିଜେପି ଦଳର ଯେଉଁ ନେତାମାନେ ଏଥିରେ ସାମିଲ୍ ଥିଲେ, ଦିଲ୍ଲୀ ପୋଲିସ୍ ସେମାନଙ୍କୁ ଗିରଫ କରିବାକୁ ସିପିଆଇ (ଏମ୍‌.ଏଲ୍‌) ଲିବରେସନର କେନ୍ଦ୍ରୀୟ କମିଟି ସଦସ୍ୟ ରାଧାକାନ୍ତ ସେଠି ଦାବୀ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ପରିଡ଼ା, ବଂଶୀଧର ପରିଡ଼ା, ଉପେନ୍ଦ୍ର ସାହୁ ଓ ମାନସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ