ଦିନକେ ସର୍ବାଧିକ ସଂଖ୍ୟକ ଆରୋଗ୍ୟ ରେକର୍ଡ

ନୂଆ ଦିଲ୍ଲୀ:ଭାରତରେ ଅଧିକ ସଂଖ୍ୟକଙ୍କ ରୋଗୀଙ୍କ ସୁସ୍ଥ ହେବା ହାର ଜାରି ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ସଂଖ୍ୟକ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ୮୨,୯୬୧ ଜଣ କୋଭିଡ ରୋଗୀ ସୁସ୍ଥ ହୋଇ ଘରୋଇ/ସଂସ୍ଥାଗତ ସଙ୍ଗରୋଧ ଏବଂ ଡାକ୍ତରଖାନାରୁ ଛାଡ଼ ପାଇଛନ୍ତି। ଏହାଫଳରେ ଦେଶରେ ଆରୋଗ୍ୟ ହାର ୭୮.୫୩%କୁ ବୃଦ୍ଧି ପାଇଛି।ବିଗତ ୭ ଦିନ ମଧ୍ୟରେ ହାରାହାରୀ ଆରୋଗ୍ୟ ସଂଖ୍ୟାକୁ ଦେଖିଲେ ଏହା ସ୍ଥିର ଭାବେ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି।ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧୯୪୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି ଯାହାକି ମୋଟ ନୂଆ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟାର ୨୩.୪୧%। ଆନ୍ଧ୍ରପ୍ରଦେଶ ୯୬୨୮, କର୍ଣ୍ଣାଟକ ୭୪୦୬, ଉତ୍ତର ପ୍ରଦେଶ ୬୬୮୦ ଏବଂ ତାମିଲନାଡ଼ୁରେ ୫୭୩୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ଯାହାକି ନୂଆ ଆରୋଗ୍ୟଙ୍କ ସଂଖ୍ୟାର ୩୫.୫%।ନୂତନ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ମଧ୍ୟରୁ ପାଖାପାଖି ୫୯% ୫ଟି ରାଜ୍ୟରେ ଥିବା ଜଣାଯାଇଛି।୨୭ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ଆରୋଗ୍ୟ ହାର ୭୦%ରୁ ଅଧିକ ରହିଛି।ବର୍ତ୍ତମାନ ସୁଦ୍ଧା ଦେଶରେ ୯,୯୫,୯୩୩ ଟି ସକ୍ରିୟ ସଂକ୍ରମିତ ମାମଲା ରହିଛି।ଆରୋଗ୍ୟ ଓ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ଆଜି ୨୯ ଲକ୍ଷ (୨୯,୪୬,୪୨୭) ଟପିଛି। ଆରୋଗ୍ୟ ମାମଲାଗୁଡ଼ିକର ସଂଖ୍ୟା ସକ୍ରିୟ ମାମଲା ଠାରୁ୪ ଗୁଣ (୩.୯୬) ଅଧିକ।ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡ଼ୁରେ ପାଖାପାଖି ୬୦% ସକ୍ରିୟ ମାମଲା ରହିଛି।ମୋଟ ସକ୍ରିୟ ମାମଲାର ୭୦% ୯ଟି ସର୍ବାଧିକ ପ୍ରଭାବିତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ରହିଛି।
ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୯୦,୧୨୩ ନୂଆ ମାମଲା ଚିହ୍ନଟ ହୋଇଛି। ୨୪ ଘଣ୍ଟା ମଧ୍ୟରେ ୨୦,୦୦୦ରୁ ଅଧିକ ନୂଆ ମାମଲା ସହିତ ମହାରାଷ୍ଟ୍ର ତାଲିକାର ଶୀର୍ଷରେ ରହିଛି। ଏହାପଛକୁ ଆନ୍ଧ୍ରପ୍ରଦେଶରେ ୮୮୪୬ ଏବଂ କର୍ଣ୍ଣାଟକରେ ୭୫୭୬ଟି ମାମଲା ଚିହ୍ନଟ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ