ଯୁବ ଧାବକଙ୍କ ମାନବିକତା: ମାନସିକ ଅନଗ୍ରସର ମହିଳାଙ୍କୁ କଲେ ସହାୟତା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବିନା ବିରତିରେ ବନ୍ତରୁ ପୁରୀ ପ୍ରାୟ ୨୨୦ କିମି ଦୌଡ଼ିଥିବା ବନ୍ତ ଗ୍ରାମର ଯୁବ ଧାବକ ସୌରଭ ସେଠୀ ମାନବିକତା ଦେଖାଇଛନ୍ତି । ବନ୍ତ ବ୍ଲକ ଗଭରପୁର ଗ୍ରାମର ବନଲତା ଜେନା(ଛଦ୍ମନାମ) ନାମ୍ନୀ ମାନସିକ ଅନଗ୍ରସର ତଥା ଭିନ୍ନକ୍ଷମ ମହିଳା ବ୍ୟସ୍ତବହୁଳ ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ରାଜପଥର ବନ୍ତ ଲକ୍ଷ୍ମୀ ବଜାର ଠାରେ ବହୁ କଷ୍ଟରେ ରାସ୍ତା ପାର ହେଉଥିଲେ । ମହିଳାଙ୍କର ଏଭଳି କଷ୍ଟକୁ ସୌରଭ ସହ୍ୟ କରି ପାରିନଥିଲେ । ଫଳରେ ମହିଳାଙ୍କୁ ଦୁଇ ହାତରେ ଉଠାଇ ନେଇ ରାସ୍ତା ପାର କରାଇଦେବା ସହ ତାଙ୍କର ଭଲମନ୍ଦ ବୁଝିଥିଲେ । ପରେ ସେ ତାଙ୍କୁ ତାଙ୍କ ପୁଅର ଜିମା ଦେଇଥିଲେ । ସୌରଭଙ୍କର ଏଭଳି ମାନବିକତାକୁ ଜିଲ୍ଲା ପରିଷଦ ସଭ୍ୟା ରେବତୀ ନାୟକ ଓ ଅଧ୍ୟାପକ ସୁଧାଂଶୁ ନାୟକଙ୍କ ସମେତ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ