ମୋଟର ଚାଳକ ସଂଘର କାର୍ଯ୍ୟାଳୟ ଗୃହ ଉଦଘାଟିତ

କନ୍ଧମାଳ,(ପ୍ରଶାନ୍ତ କୁମାର ବେହେରା): ଫିରିଙ୍ଗିଆ ଠାରେ ଗୁରୁବାର ଦିନ ମୋଟର ଚାଳକ ଦିବସ ପାଳନ ଅବସରରେ ଓଡିଶା ମୋଟର ଚାଳକ ସଂଘ ଫିରିଙ୍ଗିଆ ଶାଖାର ନବନିର୍ମିତ କାର୍ଯ୍ୟାଳୟ ଉଦଘାନି ଉତ୍ସବ ଅନୁଷ୍ଠିତ ହୋଇଛି । ସଂଙ୍ଘର ଫିରିଙ୍ଗିଆ ଶାଖା ସଭାପତି ଦାରୁଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ସରପଂଚ ତଥା ବିଶିଷ୍ଟ ବିଜେପି ନେତା ବିଶ୍ୱରଞ୍ଜନ କହଁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସଂଙ୍ଘ କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଙ୍ଘର କନ୍ଧମାଳ ଜିଲ୍ଲା ସଭାପତି ବାସବ କହଁର , ବାଲିଗୁଡା ଶାଖା ସଭାପତି ଅଭିରାମ ଦିଗାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ଶାଖାର ସମ୍ପାଦକ ସମ୍ଭୁ ଦିଗାଳ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ସଦସ୍ୟ ବିବେକାନନ୍ଦ ମଲ୍ଲିକ ,ନରୋତମ ନାଗ ,ଦେବେନ୍ଦ୍ର ପ୍ରସାଦ ସାହୁ ,ବସନ୍ତ ସାହୁ , ସଞୟ କହଁରଙ୍କ ସହ ଅନ୍ୟ ସମସ୍ତ ସଦସ୍ୟ ଉପସ୍ତିତ ଥିଲେ । ଏହି ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା କୋଭିଡ ନିୟମ ଅନୁସାରେ ପାଳିତ ଏହି ବୈଠକରେ ଅଂଚଳର ଡ୍ରାଇଭର ମାନଙ୍କ ପକ୍ଷରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଆଲୋଚନା ହୋଇଥିଲା । ଶେଷରେ ଜିଲ୍ଲା ସଭାପତି ଶ୍ରୀ କହଁର ସମସ୍ତଙ୍କୁ ଧନ୍ୟବାଦ ଦେଲାପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ