ସ୍ୱର୍ଗୀୟ ତ୍ରିନାଥ ସାହୁଙ୍କ ୧୧ ତମ ତିରୋଧାନ ଦିବସ ପାଳିତ
ପାରଳାଖେମୁଣ୍ଡି.(ତାରିଣୀ ପଣ୍ଡା): ଆଜି ୧୮.୦୯.୨୦୨୦ ରିଖ ଶୁକ୍ରବାର ଦିନ ୧୦.୩୦ ଘଣ୍ଟା ସମୟରେ ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତ୍ତନ ପାରଳାଖେମୁଣ୍ଡି ବିଧାୟକ ସ୍ୱର୍ଗୀୟ ତ୍ରିନାଥ ସାହୁଙ୍କ ୧୧ ତମ ତିରୋଧାନ ଦିବସ ପାଳନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟ ମାନଙ୍କ ମଧ୍ୟରେ ଗୋବିନ୍ଦ ପାଢ଼ୀ,ସୂର୍ଯ୍ୟ ନାରାୟଣ ପାତ୍ର,ଇଶ୍ୱର ମାଝୀ,ମନୋଜ ସାହୁ,ଗୌତମ ପଣ୍ଡା,ରାଜା ପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗୀୟ ସାହୁଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଆତ୍ମାର ସଦଗତି ନିମନ୍ତେ ଶ୍ରୀ ଜଗନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ | ଏହି କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା |


