ଡ଼.ବାଉରୀ ବନ୍ଧୁ କରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ
ବୁଗୁଡା,(ଅନିଲ କୁମାର ମହାରଣା): ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ ପ୍ରଫେସର ଡ଼ଃ ବାଉରୀ ବନ୍ଧୁ କରଙ୍କ ଆଜି ଦେହାନ୍ତ ହୋଇଥିବା ଖବର ଜଣାପଡିବା ପରେ ବୁଗୁଡା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ବାଲିପଦରରେ ପ୍ରତିଷ୍ଠିତ ଓଡ଼ିଆ ଭାଷା, ସାହିତ୍ୟ,ସଂସ୍କୃତି ଓ କଳାର ଗବେଷଣା ପ୍ରତିଷ୍ଠାନ ” ଘୁମୁସର ର ସ୍ୱର ” ପକ୍ଷରୁ ପ୍ରତିଷ୍ଠାନର ସଭାପତି ଅଧ୍ୟକ୍ଷ ଡ଼ଃ ବି.ପ୍ରକାଶ ଚନ୍ଦ୍ର ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ଘୁମୁସର ର ସ୍ୱର ସହ ସ୍ୱର୍ଗତ ପ୍ରଫେସର ଡ଼ଃ କରଙ୍କ ସର୍ବଦା ଯୋଗଯୋଗ ରହିଥିବା ବେଳେ ଗତ ୯ ତାରିଖ ଦିନ ସେ ପ୍ରକାଶ କରିଥିଲେ ଯେ ଆସନ୍ତା ଡିସେମ୍ବର ମାସରେ ଭୁବନେଶ୍ୱରରେ ଏକ ଜାତୀୟ ପାଠଚକ୍ର ଆୟୋଜନ କରାଯିବ। ତାଙ୍କର ସେ ଆଶା ପୂରଣ ହୋଇପାରିଲା ନାହିଁ। ବୁଗୁଡା ଅଞ୍ଚଳରେ ପ୍ରଫେସର ଡ଼ଃ କରଙ୍କ ବହୁ ଛାତ୍ରଛାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଘୁମୁସର ର ସ୍ୱର ର ସଦସ୍ୟ ସଦସ୍ୟା ରହିଛନ୍ତି। ପ୍ରଫେସର ଡ଼ଃ କରଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଏକ ଅପୁରାଣୀୟ କ୍ଷତି ବୋଲି ସମସ୍ତେ ମତ ପ୍ରକାଶ କରିଛନ୍ତି।