ବନ୍ତରେ ମହାସଂଘ ପକ୍ଷରୁ ପୃଷ୍ଟି ସପ୍ତାହ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତସ୍ଥିତ ଦୁର୍ଗତିନାଶିନୀ ମହାସଂଘ ପକ୍ଷରୁ ବନ୍ତ ଠାରେ ପୃଷ୍ଟି ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ପୃଷ୍ଟିକର ଖାଦ୍ୟ ଓ ରୋଗ ପ୍ରତିଷେଧକ ଶକ୍ତି ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ କରାଯାଇ ଅଣାଯାଇଥିବା ବିଭିନ୍ନ ଖାଦ୍ୟକୁ ପ୍ରଦର୍ଶିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମହାସଂଘର ସଭାନେତ୍ରୀ ମିନାରାଣୀ ଜେନା, ସଂପାଦିକା ରୀନାରାଣୀ ମଲ୍ଲିକ, ଏମ୍‌.ବି.କେ କଳ୍ପନା ପଣ୍ଡା, ବ୍ୟାଙ୍କ ମିତ୍ର ମିତାରାଣୀ ଜେନା, ପ୍ରାଣୀ ମିତ୍ର, କୃଷି ମିତ୍ରଙ୍କ ସମେତ ସମସ୍ତ ସିଆରପି ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ