ଯୁବକଙ୍କୁ ଛୁରାମାଡ , ୨ ଅଭିଯୁକ୍ତ ଗିରଫ

ଯୋଡ଼ା , (ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ୪ନଂ ଓାର୍ଡ ମିଶ୍ର ଗଳିଠାରେ ଥିବା ଇକବାଲ ହୋଟେଲ ନିକଟରେ ବାଂଶପାଣିର ବିକ୍ରାନ୍ତ ନାୟକଙ୍କୁ ହୋଇଥିବା ଛୁରାମାଡ ଘଟଣାରେ ବୁଧବାର ପୋଲିସ ମାରଣାସ୍ତ୍ର ସହ ଦୁଇଜଣ ଦୁର୍ଦ୍ଧାନ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତ ଦ୍ୱୟ ହେଲେ ଯୋଡା ସହର ୭ନଂ ଓାର୍ଡ ଉଲି ହଟିଂ ସହିଦ ନଗରର ସାଗର ରାଜ(୨୫) ଓ ୩ନଂ ଓାର୍ଡ କୁନ୍ଦୁରୁନାଲାର ମୁନା ଓରାମ୍ (୧୯) । ଯୋଡା ଥାନା ଏସଆଇ ବିଶ୍ୱଜିତ ବେହେରାଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ, ବାଂଶପାଣିର ଯୁବକ ବିକ୍ରାନ୍ତ ନାୟକଙ୍କୁ ଛୁରାମାଡ କରି ଫେରାର ହୋଇଯାଇଥିବା ଉକ୍ତ ଦୁଇଜଣ ଯୁବକଙ୍କୁ ପୋଲିସ ବୁଧବାର ସକାଳ ୯ ଘଟିକାରେ ଗିରଫ କରିଥିଲା । ଉକ୍ତ ଯୁବକଦ୍ୱୟ ୩ଟି ବାଇକ୍ ବ୍ୟବହାର କରି ବିଭିନ୍ନ ସ୍ଥାନରୁ ପିସ୍ତଲ ଦେଖାଇ ଦାଦା ବଟି ଆଦାୟ କରୁଥିଲେ । ପୋଲିସ ଖବର ପାଇ ଚଢାଉ କରି ସେମାନଙ୍କଠାରୁ ୩ଟି ବାଇକ , ଗୋଟିଏ ପିସ୍ତଲ ସହ ୨ ରାଉଣ୍ଡ ଅଫୁଟା ଗୁଳି , ଗୋଟିଏ ଖଣ୍ଡା ଓ ୨ଟି ମୋବାଇଲ ଜବତ କରିଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ଦ୍ୱୟଙ୍କୁ ଯୋଡା ଥାନା କେଶ୍ ନଂ ୧୪୦/୨୦୧୯ ଦଫା ୩୯୯, ୪୦୨, ଆପିସି ୨୦ ଆର୍ମସ ଆକ୍ଟ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି । ଏନେଇ ଏସଆଇ ବିଶ୍ୱଜିତ ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଅଂଚଳରେ ଅପରାଧ ରୋକିବା ପାଇଁ ପୋଲିସ କଡା ପଦକ୍ଷେପ ନେଉଛି ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ