ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ଯୌତୁକ ନିର୍ଯ୍ୟ।ତନା ସନ୍ଦେହ
ରାଇରଙ୍ଗପୁର, (ଯୁଗାବ୍ଦ ନ୍ୟୁଜ) : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ । କାର୍ଯ୍ୟରତ ମୃତୁ୍ୟ ଝିଅର ଶାଶୁ,ଶ୍ୱଶୁର,ସ୍ୱାମୀ କୁସୁମି ବ୍ଲକର ଆହାରବନ୍ଧ ଗ୍ରାମର ଜନୈକ ମହିଳା ସୋମବାର ସନ୍ଧାରେ ଫାଶି ଲଗାଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ସନ୍ଧାରାଣୀଙ୍କ ସ୍ୱାମୀ ଉପେନ୍ଦ୍ର ବାରିକ ଚେନାଇରେ କାର୍ଯ୍ୟରତ । ପ୍ରକାଶଥାଉକି, ଆହାରବନ୍ଧ ଗ୍ରାମର ଉପେନ୍ଦ୍ର ବାରିକ ଝାଡଖଣ୍ଡର ଖୁଣ୍ଟା ଅଂଚଳର କନିଷ୍କ ବାରିକଙ୍କ କନ୍ୟା ସନ୍ଧାରାଣୀଙ୍କୁ ବୈଦିକ ନୀତିରେ ୨୪.୪.୨୦୧୬ ରେ ବିବାହ କରିଥିଲେ । ସନ୍ଧାରାଣୀଙ୍କ ଯୌତୁକ ମାମଲା ନେଇ ଶଶୁର ଘର ଲୋକଙ୍କ ସହ ମନମାଳିନ୍ୟ ଲାଗି ରହିଥିଲା ବୋଲି ମୃତକର ପିତା କହିଥିଲେ। ମୃତୁ୍ୟ ଖବର ପାଇ ମଙ୍ଗଳବାର ଦିନ ଗ୍ରାମାଞ୍ଚଳ ପୋଲିସ ମୃତକକୁ ଉଦ୍ଧାର କରିଥିଲେ ଓ ପରେ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ପୋଲିସ ଶବ ବ୍ୟବଛେଦ କରାଇ ଶଶୁର ଘର ଲୋକଙ୍କୁ ବୁଧବାର ଦିନ ହସ୍ତାନ୍ତର କରିଛି ।ଝିଅର ବାପା ମୃତକ ସଂନ୍ଧ୍ୟାର ଶାଶୁ,ଶ୍ୱଶୁର,ସ୍ୱାମୀଙ୍କ ସମେତ ୫ ଜଣଙ୍କର ନାମରେ ଲିଖିତ ଅଭିଯୋଗ କରିଛନ୍ତି ।ପୋଲିସ କେଶ ନମ୍ବର ୬୬ ମାମଲା ରୁଜୁ କରିଛି । ପୋଲିସ ତଦନ୍ତ କରୁଛି ।ଝିଅର ବାପ ତାଙ୍କ ଝିଅର ଆତ୍ମାକୁ ନ୍ୟାୟ ମିଳିବା ପାଇଁ ବିକଳରେ କହିଥିଲେ ।