୪ଟି ଜିଲ୍ଲା କୁ ରେଡୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ
(ଯୁଗାବ୍ଦ ନ୍ୟୁଜ )ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ଗଂଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେନେଇ ପାଣିପାଗ କେନ୍ଦ୍ର ଏହି ୪ଟି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରିଛି । ସେହିପରି ଗଜପତି, ପୁରୀ ,କୋରାପୁଟ, ବଲାଙ୍ଗୀର, ରାୟଗଡ଼ା ଓ ନୂଆପଡ଼ାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ କରାଯାଇଛି । ଏସବୁ ଜିଲ୍ଲାରେ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛି । ବର୍ଷା ସମୟରେ ଆସନ୍ତା ୪୮ଘଣ୍ଟା ସମୁଦ୍ର ଅଶାନ୍ତ ରହିବ । ତେଣୁ ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।