ଦିଗପହଣ୍ଡି ସହରର ବିଭିନ୍ନ ସ୍ଥାନରେ ଗଣେଷ ପୂଜା ପାଳିତ

ଦିଗପହଣ୍ଡି , (ଯୁଗାବ୍ଦ ନ୍ୟୁଜ) : ଦିଗପହଣ୍ଡି ସହରର ବିଭିନ୍ନ ସ୍ଥାନରେ ଗଣେଷ ପୂଜା ପାଳିତ ହୋଇଯାଇଛି । ସେହିକ୍ରମରେ ଗଜାନନ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି ଦିଗପହଣ୍ଡିସ୍ଥିତ ପଦ୍ମନାଭପୁର ଗ୍ରାମ । ବିଭିନ୍ନ ପୂଜାମଣ୍ଡପମାନଙ୍କରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକମାଳା ଓ ଲୋକନୃତ୍ୟ ଆଦିରେ ଗାଁର ପରିବେଶ ପ୍ରକମ୍ପିତ ହୋଇଉଠୁଛି । ପାଞ୍ଚଦିନ ଧରି ଗଜାନନ ପୁଜା ପାଇବା ପରେ ଭଷାଣୀ ଉତ୍ସବ ପାଳିତ ହେବ । ପଦ୍ମନାଭପୁର ଗ୍ରାମର ଯାଦବ ସାହି, କୁମୁଟି ସାହି, ଓଡିଆ ସାହି, ନୂଆ ସାହି, ଭୀମପୁର ଛକ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ପୂଜା ଉତ୍ସବଟି ଧୂମଧାମରେ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ