ଦୁଇ ଗ୍ରାମର ୧୨୦ ପରିବାର ବିଜେଡିରେ ସାମିଲ

ପୋଲସରା,(ଅନିଲ କୁମାର ମହାରଣା): ପୋଲସରା ବ୍ଲକର ଗୋଛାବାଡ଼ି ଓ ଜୋକବନ୍ଧ ଗ୍ରାମର ୧୨୦ ପରିବାର ଗୁରୁବାର ଦିନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନ ସମ୍ପର୍କ ଓ ଜନହିତକର କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିବା ଜଣାପଡ଼ିଛି। ଗତ ନିର୍ବାଚନରେ ବିଜେପି ସମର୍ଥନରେ ସମିତି ସଭ୍ୟ ପାଇଁ ପ୍ରତିଦ୍ୱନ୍ଦୀତା କରିଥିବା ବିଜେପି ନେତା ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ବରେ ଗୋଛାବାଡ଼ି ଗ୍ରାମର ୧୫ ପରିବାର ଓ ଜୋକବନ୍ଧ ଗ୍ରାମର ୧୦୫ ପରିବାର ଏହିପରି ମୋଟ ୧୨୦ ପରିବାର ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। କସିପଡା ଗ୍ରାମର କଲ୍ୟାଣି ମଣ୍ଡପରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ବିଜୁ ଜନତା ଦଳରେ ସାମିଲ ହୋଇଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଜେଡି ଆହୁରି ମଜଭୁତ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଜିଲ୍ଲା ପରିଷଦ ସଦସ୍ୟା ସୁଚିତ୍ରା ବିଷୋୟୀଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ଓ ବହୁ ସଂଖ୍ୟାରେ ବିଜେଡି କର୍ମୀବୃନ୍ଦ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ