ଛେନାପଦିରେ କରୋନା ପ୍ରତିଷେଧକ ବିକ୍ରୀ ପାଇଁ ଅନୁମତି
ହାଟଡିହି, (ଓ୍ବାଇଏନ୍ଏସ୍): ହାଟଡିହି ବ୍ଲକର ଛେନାପଦିଛକରେ କରୋନା ପ୍ରତିଷେଧକ ବିକ୍ରୀ ପାଇଁ ଧବଳେଶ୍ୱର ମେଡିସିନି ଷ୍ଟୋରକୁ ଅନୁମତି ମିଳିଛି । କେନ୍ଦୁଝର ଡିଆଇଙ୍କ ଚିଠିନଂ ୧୧୦୪ ଅନୁସାରେ ଜିଲ୍ଲାର ୧୨ଟି ଔଷଧ ଦୋକାନକୁ ଏହି ଅନୁମତି ପ୍ରଦାନ କରାଯାଇଛି । ଯିଏ ଏହି ଔଷଧ ନେବେ ସେମାନଙ୍କ ଠାରୁ ଡାକ୍ତରଙ୍କ ଚିଠା ସହ ରୋଗୀଙ୍କ ସମସ୍ତ ତଥ୍ୟ ରଖି ଏହି ଔଷଧ ବିକ୍ରୀପାଇଁ ନିର୍ଦ୍ଦେଶ ଦିଆଯାଇଛି ।


